ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ରକ୍ତଦାନ ଶିବିର, ୬୫ ୟୁନିଟ ରକ୍ତ ସଂଗୃହୀତ

ଫୁଲବାଣୀ: କନ୍ଧମାଳ ଯୁବ ଓ ଛାତ୍ର ବିଜେଡି ଓ  ଓଡିଶା ମୋ ପରିବାର ଆନୁକୂଲ୍ୟରେ ଫୁଲବାଣୀ ବ୍ଲଡବ୍ୟାଙ୍କ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଶିବିରରୁ ୬୫ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଯୁବ ବିଜେଡି ଜିଲ୍ଲା ସଭାପତି ବିଷ୍ଣୁଚରଣ ମଲ୍ଲିକ ଓ ଜିଲ୍ଲା ଛାତ୍ର ସଭାପତି ସୁନିଲ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଶିବିରରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ଖଜୁରୀପଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ବୀରେନ୍ଦ୍ର କହଁର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ପ୍ରମାଣ ପତ୍ର ବଣ୍ଟନ କରିଥିଲେ। ଦେବାଶିଷ ବେହେରା, ପ୍ରସନ୍ନ ବେହେରା, ପ୍ରବୀଣ ବେହେରା, ଦେବବ୍ରତ ନାୟକ, ଧନଞ୍ଜୟ ପାତ୍ର, ବିଦ୍ୟାଧର ପ୍ରଧାନ, ଶତ୍ରୃଘ୍ନ ମହାନନ୍ଦିଆ, ଅନିରୁଦ୍ଧ ମୁଖୀ, ସଂଜୀତ ମଲ୍ଲିକ, ମାଧବୀ ମିଶ୍ର, ଆକାଶ ନାୟକ, ଆଶିଷ ନାୟକ, ହେମନ୍ତ ନାୟକ, ରବୀନ୍ଦ୍ର କହଁର, ମିଥୁନ ନାୟକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର