ରାୟଗଡା: ଗତ ୧୭ ଦିନ ହେଲା ଅମଲାମାନେ ନିଜର ଗୋଟିଏ ମାତ୍ରର ଦାବି ନେଇ ସମୂହ ଛୁଟିରେ ରହିଛନ୍ତି। ତେବେ ଜିଲ୍ଲା ଅମଲା ମିଳିତ ମଞ୍ଚ ଓ ଆମ ଓଡ଼ିଶା ତରଫରୁ ଶନିବାର ସ୍ଥାନୀୟ ଅମଲା ସଂଘ ପାଠାଗାର ଠାରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜେଡଏସଏମଏଏମର ସଂପାଦକ ଅରୁଣ କୁମାର ପାଢୀ, ଆବାହକ ଚିତ୍ତରଂଜନ ମହାପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ। ରକ୍ତଦାନ ମହତ ଦାନର ବିଚାର ନେଇ ଅମଲାମାନେ ଏହି ରକ୍ତଦାନ କରିଥିଲେ। ଏଭଳି ଏକ ମହତ କାମ କରି ସରକାରଙ୍କୁ ନିଜର ନ୍ୟାର୍ଯ୍ୟ ଦାବି ଉପସ୍ଥାପନା କରିବାକୁ ଚାହୁଁଥିବା ଶ୍ରୀ ପାଢୀ ପ୍ରକାଶ କରିଥିଲେ। ଏହି ରକ୍ତଦାନ ଶିବିରରେ ମୋଟ ୫୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।
Advertisment
publive-image
ରକ୍ତଦାତାମାନେ ହେଲେ ଦମୋଦର ହୋତା, ଆଶୁତୋଷ ମହାପାତ୍ର, ତୁଷାର ରଂଜନ ଲାବଲା, ସଂତୋଷ ମହାରଣା, ପି.ଟୁନା ସୁବୁଦ୍ଧି, ସୀମାଞ୍ଚଳ ପଣ୍ଡା, ଅଭୟ କୁମାର ରାଉତ, ବାଲୁଙ୍କେଶ୍ବର ବାଉରି, ଅନାଦି ଚରଣ ଶବର, ଚିତ୍ତରଂଜନ ମହାପାତ୍ର, ସଂତୋଷ କୁମାର ସେନାପତି, ସଂଜୟ କୁମାର ଠାକୁର, ରଞ୍ଜିତା କୁମାରୀ ମିଶ୍ର, ମନୋଜ କୁମାର ରଥ, ସୂବର୍ଣ୍ଣମାଳା ପାତ୍ର, ନିରୁପମା ଜାକାକା, ରାଜେଶ କୁମାର ପାଢୀ, ପ୍ରଦୀପ ଚନ୍ଦ୍ର ବେନିଆ, ଶିବ ସୁନ୍ଦର ରାଙ୍ଗୁଲି, ଅନିତା ଦାସ, ରାମଚନ୍ଦ୍ର ରଥ, ଶଂଶାଙ୍କ ସାବତ, ଏସ.କ୍ରିଷ୍ଣାବେଣୀ, ଅଶୋକ ମିଞ୍ଜ, ପିଙ୍କୁ କୁମାର ଗୌଡ, ଆଦିତ୍ୟ ପଣ୍ଡା, ନାରାୟଣ ଦଳପତି, କୈଳାଶ ପୁଆଲା, ସଂତୋଷ କୁମାର ବେହେରା, ହେମାନନ୍ଦ ପାଣିଗ୍ରାହୀ, ସାନ୍ତନୁ କୁମାର ସାହୁକାର, ପ୍ରତୀକ ପଟ୍ଟନାୟକ, ସୁବ୍ରତ କୁମାର ସ୍ବାଇଁ, କୃଷ୍ଣଚନ୍ଦ୍ର ପଣ୍ଡା, ଜୈଗେନ୍ଦ୍ର କୁମ୍ବ୍ରିକା, ସ୍ନେହାଶିଷ ପାତ୍ର, ସିଏଚ.ନାରାୟଣ ପ୍ରସାଦ, ମାମିନା ତ୍ରିପାଠୀ, ସନତି ପଣ୍ଡା, ରବି ପାଲକା, ଗୁରୁଜାପୁ ଦିବାକର, ବିଜୟ କୁମାର କାମ୍ବା, ନାଲି ତ୍ରିବେଣୀ, ଜି.ସୁରେନ୍ଦ୍ର କୁମାର, ସଙ୍ଗୀତା ସାହୁ, ରଶ୍ମିତା ପଲେଇ, ସଂତୋଷ କୁମାର ନିମାଲା, ଏସ.ବନିତା, ଡିଏନ ଅନିଲ କୁମାର, କାଳୀଚରଣ ରଥ, ଚିନ୍ତାମଣି ବେହେରା, ରଞ୍ଜିତ କୁମାର ମେଲେକା, ସିଏଚ.ବିଜୟ କୁମାର, ବିଶ୍ବନାଥ ଦାସ, ବୃନ୍ଦାବନ ବେହେରା।
ଏହି କାର୍ଯ୍ୟକ୍ରମକୁ ଅମଲା ସଂଘର ଓଆରଏସ ସଭାପତି ମନୋଜ କୁମାର ରଥ, ସୀମାଞ୍ଚଳ ପଣ୍ଡା, କାର୍ଯ୍ୟକାରୀ ସଭାପତି ଅଭୟ ରାଉତ, ରାମ ଚନ୍ଦ୍ର ରଥ, ଜି.ଦିବାକର, ଏସ.ନରେଶ, ଏନ ପ୍ରଦୀପ କୁମାର, ହେମାନନ୍ଦ ପାଣିଗ୍ରାହୀ, ଭଗବାନ ସାହୁ, ସୌମିତ୍ରି ପଟ୍ଟନାୟକ, ଗୋପୀନାଥ ରାଉତ, କାଳୀଚରଣ ରଥ, ମୀନକେତନ ଗମାଙ୍ଗ, ସଂତୋଷ କୁମାର ନିମାଲା, ରଞ୍ଜିତ କୁମାର ମେଲେକା ପ୍ରମୁଖ ସହଯୋଗ କରିଥିବା ବେଳେ ଆମ ଓଡ଼ିଶା ସଂଯୋଜକ ପ୍ରେମେନ୍ଦ୍ର ପରିଛା ପରିଚାଳନା କରିଥିଲେ। ରକ୍ତ ସଂଗ୍ରହରେ ରକ୍ତଭଣ୍ଡାରର ଡାକ୍ତର ଗୌତମ ପଟ୍ଟନାୟକ, ଏଲଟି ସରୋଜ କାନ୍ତ ଆଚାର୍ଯ୍ୟ, ବି.କିଶୋର କୁମାର, ଡିଇଓ ଉମାକାନ୍ତ ମିଶ୍ର, ଆଟାଣ୍ଡାଣ୍ଟ ଶଂକର ତାଡିଙ୍ଗି, ଷ୍ଟାଫ ନର୍ସ ହେମନ୍ତ କୁମାର ନାଗ ପ୍ରମୁଖ ସହଯୋଗ କରିଥିଲେ।