‘ଆମ ଓଡ଼ିଶା’ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର

ବାଲେଶ୍ୱର: ‘ଆମ ଓଡ଼ିଶା’ର ପ୍ରତିଷ୍ଠା ଦିବସ ଅବସରରେ ଆଜି ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର ବାଲେଶ୍ୱର ସଂସ୍କରଣ ପକ୍ଷରୁ ଜିଲ୍ଲା ରକ୍ତଭଣ୍ଡାରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ଏହି ଶିବିରକୁ ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡା. ବସନ୍ତ କୁମାର ଉପାଧ୍ୟାୟ ଓ ଡା. ମହେଶ କୁମାର ବିଶ୍ୱାଳ କେକ୍‌ କାଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ‘ଆମ ଓଡ଼ିଶା’ର ଦୀର୍ଘଜୀବୀ କାମନା କରିଥିଲେ। ଅନ୍ୟତମ ଅତିଥି ଭାବେ ଟ୍ରାଫିକ ଥାନା ଅଧିକାରୀ ପ୍ରଶାନ୍ତ କୁମାର ରଣସିଂହ ଓ ସାମାଜିକ କର୍ମୀ ସାହିରୁଲ ହକ୍‌ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରୁ ୩୦ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି।

ଡା. ଉପାଧ୍ୟାୟ ରକ୍ତଦାତାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଲ୍ୟାବ୍‌ ଟେକ୍ନିସିଆନ ବିଜୟ କୁମାର ପଟ୍ଟନାୟକ, ଅକ୍ଷୟ କୁମାର ଜେନା, ଦେବାଶିଷ ଦତ୍ତ, ସ୍ୱାତୀ ସୁଚରିତା ରାଜ୍‌, ଜଗନ୍ନାଥ ପଣ୍ଡା, ଜ୍ୟୋତିଶ ପ୍ରଧାନ, ସାହେଦ ଦିଲଦାର, ବସନ୍ତ କୁମାର ଜେନା, ସବନମ ଦାସ, ଅଜୟ କୁମାର ମହାପାତ୍ର ଓ ବିନୋଦ ବିହାରୀ ଦାସ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୀଲ କୁମାର ମହାନ୍ତି, ମନୋଜ ବିଶ୍ୱାଳ, ଲକ୍ଷ୍ମୀଧର ବାରିକ, ବିବେକାନନ୍ଦ ଦାସ, ରିଜୁଆନ୍‌ ମଲ୍ଲିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ଏହି ଶିବିରରେ କରୁଣାକର ମହାକୁଡ଼, ସୁନୀଲ ମହାକୁଡ଼, ଜୟନ୍ତ ମଲ୍ଲିକ, ଖଗେନ୍ଦ୍ର ନାୟକ, ସନ୍ତୋଷ ସାହୁ, ଗଜେନ୍ଦ୍ର ବେଶ୍ରା, ସେକ୍‌ ଅବ୍ଦୁଲ ରସିଦ, ମହିମ ବେହେରା, ସୁବ୍ରତ କୁମାର ମାଝୀ, ଅଭିଜିତ କର, ମହେନ୍ଦ୍ର ନାୟକ, ଗେରାଙ୍ଗ ପରମାଣିକ, ଶୁଭଶ୍ରୀ ପ୍ରିୟାଦର୍ଶିନୀ, ପରେଶ ବାରିକ, ଶଙ୍କର ସିଂ, ରଘୁନାଥ ମୁର୍ମୁ, ଶରତ ସିଂ, ପ୍ରଭାତ କୁମାର ସାହୁ, ମାୟାଧର ଜେନା, ସେକ ରଂଜନ, ଅନୀଲ ମହାନ୍ତି, ରମେଶ ବେହେରା, ମମତା ମଣ୍ଡଳ, ପ୍ରମିଳା ପ୍ରଧାନ, ମେଘହରି ମାରାଣ୍ଡି, ସୁଜୟ କୁମାର ବାରିକ, ଆଲୋକ ନାୟକ, ତାପସ କୁମାର ମହାପାତ୍ର, ଭୀମଚରଣ ମୁର୍ମୁ, ଧ୍ରୁବରାଜ ଟୁଡୁଯ ଶେଷେର ମନୋଜ କୁମାର ରାଉଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର