ଲକ୍ଷ୍ମୀପୁରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୭୨ ୟୁନିଟ୍‌ ରକ୍ତ ସଂଗ୍ରହ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା, ଯୁଥ୍‌ ରେଡ୍‌ କ୍ରସ୍‌ ଓ ସମ୍ବାଦ ଆମ ଓଡିଶାର ମିଳିତ ଆନୁକୁଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛିା ମହାବିଦ୍ୟାଳୟର ଅଧ୍ୟକ୍ଷ ବୀରେନ କୁମାର ଶତପଥି, ବିବିଓ ଡ.ରତିକାନ୍ତ ଖଟୁଆ, ଆଇଆଇସି ଗୌରହରି ସାହୁ, ୟୁଥ୍‌ ରେଡକ୍ରସ ସଂଯୋଜକ ପ୍ରକାଶ କୁମାର ସେନାପତି ଓ ମହାବିଦ୍ୟାଳୟର କର୍ମଚାରୀଙ୍କ ଉପସ୍ଥିତିରେ ରକ୍ତଦାନ ଶିବିର ଆରମ୍ଭ କରାଯାଇଥିଲାା

ଲକ୍ଷ୍ମୀପୁରର ପ୍ରତ୍ୟକ ରକ୍ତଦାନ ଶିବିରରେ ରକ୍ତଦାନ କରୁଥିବା ଦୁର୍ଗାମାଧବ ଖୁଣ୍ଟିଆ ପ୍ରଥମେ ରକ୍ତଦାନ କରି ଶିବିରର ଶୁଭାରମ୍ଭ କରିଥିଲୋ ଏହି ଶିବିରରେ ମହାବିଦ୍ୟାଳୟର ୪୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ରକ୍ତଦାନ କରିଥିବା ବେଳେ ଲକ୍ଷ୍ମୀପୁର ଥାନା, ଦମକଳ ବିଭାଗ, ପେଟ୍ରୋଲ ପମ୍ପରେ କାର୍ଯ୍ୟରତ କିଛି କର୍ମଚାରୀ ଓ ସ୍ଥାନୀୟ କିଛି ଗ୍ରାମବାସୀ ରକ୍ତଦାନ କରିଥିଲୋ

କୋରାପୁଟ ରକ୍ତଭଣ୍ଡାରରେ ଗତ କିଛି ଦିନ ହେଲା ରକ୍ତ ଅଭାବ ଥିବା କାରଣରୁ ଶ୍ରୀ ଖଟୁଆଙ୍କ ଅନୁରୋଧ କ୍ରମେ ଏହି ରକ୍ତଦାନ ଶିବିର କରାଯାଇଥିବା ବେଳେ ବର୍ତ୍ତମାନ ଶନିବାର ଲକ୍ଷ୍ମୀପୁରରେ ସଂଗ୍ରହ କରାଯାଇଥିବା ୭୨ ୟୁନିଟ୍‌ ରକ୍ତରେ ଅନେକ ରୋଗୀ ଜରୁରୀକାଳୀନ ଭାବେ ଉପକୃତ ହୋଇପାରିବେ ବୋଲି ଶ୍ରୀ ଖଟୁଆ ପ୍ରକାଶ କରିଥିଲୋ ଆସନ୍ତା ନଭେମ୍ବର ଅଥବା ଡିସେମ୍ବର ମାସରେ ମହାବିଦ୍ୟାଳୟରେ ହିଁ ସମସ୍ତଙ୍କ ସହଯୋଗ ନେଇ ଏକ ମେଗା କ୍ୟାମ୍ପ କରାଯିବା ସକାଶେ ଶ୍ରୀ ଖଟୁଆ ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲୋ ଶିବିର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମହାବିଦ୍ୟାଳୟର ଅଧ୍ୟାପକ ଡ.କିଶୋର ଚନ୍ଦ୍ର ସାହୁ, ଯଶୋବନ୍ତ ଗରଡା, ଦୁର୍ଯ୍ୟଧନ ସାହୁ, ହରେକୃଷ୍ନ ସାହୁ, ଅଙ୍କେଶ୍ୱର ଖରା, ଅଧ୍ୟାପିକା ମହିମାରାଣୀ ରାଜୁ, ସନ୍ତୋଷିନି ଦାଶ, ତିଳୋତ୍ତମା ପଟ୍ଟାନାୟକ, ମୌତିଶି ପ୍ରଧାନ, ହେଲେନା ପ୍ରିୟଦର୍ଶିନୀ ସିଂ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲୋ

ସମ୍ବନ୍ଧିତ ଖବର