ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟରେ ୧୨୩ ୟୁନିଟ ରକ୍ତ ସଂଗୃହିତ

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷ ସ୍ଥିତ ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟ ପରିସରରେ ବୁଧବାର ମହାବିଦ୍ୟାଳୟ ଓ ଆମ ଓଡିଶା ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରତିକୂଳ ପାଗ ସତ୍ତ୍ୱେ ଶିବିରରେ ୧୨୩ ୟୁନିଟ ରକ୍ତ ସଂଗୃହିତ ହୋଇଛି । ଶିବିରକୁ କଲେଜ ଅଧ୍ୟକ୍ଷା ପୁଷ୍ପା ପାତ୍ର ଉଦଘାଟନ କରିଥିଲେ । ଯୁବ ରେଡକ୍ରସ ଅଧିକାରୀ ରତିକାନ୍ତ ବେହେରା କାର୍ଯ୍ୟକ୍ରମର ଆଭିମୁଖ୍ୟ ରଖି ଥିବା ବେଳେ ଡ. ପୁଷ୍ପା ପାତ୍ର ସ୍ୱାଗତ ଭାଷଣରେ ଛାତ୍ର-ଛାତ୍ରୀ ତଥା ସେଚ୍ଛାସେବୀ ମାନଙ୍କୁ ରକ୍ତଦାନର ମହତ୍ୱ ସମ୍ପର୍କରେ ଉଦବୋଧନ ଦେଇଥିଲେ ।

ମହାବିଦ୍ୟାଳୟର ଯୁବରେଡକ୍ରସ, ଜାତୀୟ ସେବା ଯୋଜନା,ଏନ.ସି.ସି ଭାରତ ସ୍କାଉଟ ଓ ଗାଇଡ ଆଦି ସମାଜ ସେବା ସଂସ୍ଥା ଅଧିକାରୀ ତଥା ସମ୍ବାଦ ଆମ ଓଡିଶା ସହଯୋଗ କରିଥିଲେ । ବାରିପଦା ରକ୍ତ ଭଣ୍ଡାର ଡ. ପ୍ରଶାନ୍ତ କୁମାର ଦାଶ, ବିନୋଦ କୁମାର ଘୋଷ, ରୁଚିକା ଖୁରାନା, ଧ୍ରୁବଚରଣ ଦେ, ଧିରେନ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ ଓ ନମୁନା ପରୀକ୍ଷା କରିଥିଲେ । ସମ୍ବାଦର ବାଙ୍ଗିରିପୋଷି ପ୍ରତିନିଧି ଦିଲ୍ଲିପ କୁମାର ଜେନା ଓ କଳାବାଡିଆ ପ୍ରତିନିଧି ପ୍ରଭାତ କୁମାର ହୋତା ସହଯୋଗ କରିଥିଲେ । ଶୃଙ୍ଖଳିତ ପରିଚାଳନାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ, ସେଚ୍ଛାସେବୀ ମାନେ ସହାୟତା ପ୍ରଦାନ କରିଥିଲେ । ବାଙ୍ଗିରିପୋଷିର ସମସ୍ତ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ରହି ରକ୍ତଦାନ ଶିବିରେ ସହେଯାଗ କରିଥିବାରୁ ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷା କୃତଜ୍ଞତା ଜଣାଇଛନ୍ତି ।

ରକ୍ତଦାତା:- ଆଶୋକ କୁମାର ମହାପାତ୍ର, ହରିହର ଶଙ୍ଖୁଆ, ସତ୍ୟନାରାୟଣ ସାମଲ, ସୁବାଶିଷ କର, ସୁଭଶ୍ରୀ ରାଜ, କରୁଣାକର ସୋରେନ, ଡ.ପୁଷ୍ପା ପାତ୍ର, ମଧୁଷ୍ମିତା ଗିରି, ବେବିରାଣୀ ଧୋଡା, ଜଗନ୍ନାଥ ବେହେରା, ଝରଣା ମହାନ୍ତି, ସୋନୁ ସିଂ, ଈଶ୍ୱରୀମଣି ପାତ୍ର, ଅମିତ କୁମାର ଗୋଚ୍ଛାୟତ, ନିନି ପାତ୍ର, ସଂଯୁକ୍ତା ଗିରି, ଜୁଲି ବେହେରା, ଜଗଦୀଶ ମୁର୍ମୁ, ସବିତା ବେହେରା, ଅବିଶେକ ହୋତା, କିରଣ ପାଠକ, ଇବିରାଜ ଶର୍ମା, ଯଶ୍ମିନ ବେହେରା, ବିମଳା ବେହେରା, ସପନ ମାଲ, ରାଜେନ ସିଂ, ସୀତା ନାଏକ, ଅନଙ୍ଗ ଦୁଲାଲ ସାଉନ୍ତ, ସେବାଶିଷ ମହାପାତ୍ର, ବିଶିକେଶନ ସେଠୀ, ଓମପ୍ରକାଶ ମହାନ୍ତି, ହିରଣ୍ମୟୀ ପ୍ରଧାନ, ହେମନ୍ତ ନାଏକ, ଲକ୍ଷ୍ମୀ ସାୱାନ, ବାରିଆଲ ହେମ୍ବ୍ରମ, ଆଇନା ହେମ୍ବ୍ରମ, ସତ୍ୟଜିତ ନାଏକ, ବିଶ୍ୱନାଥ ମାରାର୍ଣ୍ଡୀ, ରାହୁଲ କୁମାର କର, ଶୁଭଜିତ ଗିରି, ଏସକେ ଅମଋୁର୍ଦ୍ଧିନ, ସୁକୁମାର ପାତ୍ର, ଦେବବ୍ରତ ଗିରି, ସୁନାମଣି ମାର୍ଣ୍ଡୀ, ଦେବାଶିଷ ଗିରି, ତପୁ କୁମାର ଗିରି, ଗୁଣ୍ଡୁ ଟୁଡୁ, ପୁଷ୍ପଲତା ମଣ୍ଡଳ, ଅନିଲ କୁମାର ନାଏକ, ସସ୍ମିତା ଦାଶ, ସୁମିତ କୁମାର ପାତ୍ର, ଆକାଶ ବେହେରା, ସୌମ୍ୟରଂଜନ ପଟ୍ଟନାୟକ, ବାନା ସୋରେନ, ରିତେଶ କୁମାର ମହାନ୍ତି, ଉପେନ୍ଦ୍ର ହାଁସଦାଃ, ଦିବାକର ସରେନ, ଦୁଖିଆ ମୁର୍ମୁ, ଯୁବରାଜ ମୁଣ୍ଡା, ରାଇମଣି ଟୁଡୁ, ଲିଙ୍ଗରାଜ ଜାରାୟୀ, ଚଂପାବତୀ ମୁର୍ମୁ, ସସ୍ମିତା ଜେନା, ଛବିରାଣି ନାଏକ, ଅଶୋକ କୁମାର ବେହେରା, ଧୁମା ସିଂ, ଈଶ୍ୱର ଚନ୍ଦ୍ର ସୋରେନ, କ୍ରିଷ୍ଣା ନାଏକ, ନୀତିସ କୁମାର ସିଂ, ଦେବୀ ଗିରି, ଅହଲ୍ଲ୍ୟା ଗିରି, ମନୀକା ସିଂ,ଚିତା ବାସ୍କେ, ଅମ୍ବିତ ରଂଜନ ସେଠୀ, ମନୀକା ନାଏକ, ପ୍ରିୟଙ୍କା ଗିରି, ନଗରଦୀପ ସେଠୀ, ବଳରାମ ମାର୍ଣ୍ଡୀ, ଭକ୍ତିପଦ ମହାନ୍ତି, ଜେନା ରାମ ସିଂ, ତପନ କୁମାର ସିଂ, ରଂଜିତ ସିଂ, ମଦନ ସିଂ, ଦୁଖିଆ ମୁର୍ମୁ, ଭାବଗ୍ରହୀ ପ୍ରଧାନ, ସୋରେନ ସିଂ, ସମିତ ରଂଜନ ସେଠୀ, ଦୀପା ମହାନ୍ତି, ଚିନ୍ମୟୀ ଅଧିକାରୀ, ଦୀପକ କୁମାର ନାଏକ, ଅଶିତ କୁମାର ଧଳ, ତାପସ କୁମାର ଗିରି, ସିମଲ ସୋରେନ, ସଂଗ୍ରାମ କେଶରୀ ନାଏକ, ସୀମଲ ଟୁଡୁ, ଲିଲି ଅଧିକାରୀ, ଝିଲିମଣି ନାଏକ, ସତ୍ୟଜିତ ପୁର୍ତୀ, ମଧୁସ୍ମିତା ନାଏକ, ବିକାଶ ନାଏକ, ସରୋଜ କୁମାର ନାଏକ, ପ୍ରଣୟ କୁମାର ମହାନ୍ତି, ଘାସିରାମ ପୁର୍ତୀ, ଚୈତନ୍ୟ ଟୁଡୁ, ବାସ୍ତବ ନାଏକ, ରେଣୁକା ବେହେରା, ସୁଷ୍ଟିଧର ସେଠୀ, ରଂଜିତ କୁମାର ବିନ୍ଧାଣୀ, ପିତାମ୍ବର ରାଜ, ବାଦଲ ବେହେରା, ସାବନ ପାତ୍ର, ସୋନାଲି ସିଂ, ରୂପା ମଂଜରୀ ଧଳ, ବିଜୟ ସେଠୀ, ତପନ କୁଆଁର, କାହ୍ନ ପାତ୍ର, ଶିବଶଂଙ୍କର ପାତ୍ର, ସରୋଜ କୁମାର ବେହେରା, ଜଗନ୍ନାଥ ମହାନ୍ତି, ରତିକାନ୍ତ ବେହେରା, ଦେବାଶିଷ ବେହେରା, ସୁନିଲ ଟୁଡୁ, ପରେଶ ଚନ୍ଦ୍ର ଦାଶ ପ୍ରମୁଖ।

ସମ୍ବନ୍ଧିତ ଖବର