ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ସହିଦ୍ ଲକ୍ଷ୍ମଣ ନାୟକ ଡିଗ୍ରି କଲେଜରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଯୁବ ରେଡକ୍ରସ୍, ଜାତୀୟ ସେବା ଯୋଜନା, ରେଡ୍ ରିବନ୍ କ୍ଲବ ଏବଂ ସମ୍ବାଦ - ଆମ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ଡିଗ୍ରି କଲେଜ ସଭାପତି ମନୋଜ କୁମାର ମହାପାତ୍ର ଏବଂ ଅଧ୍ୟକ୍ଷା ସ୍ନେହଲତା ପଟ୍ଟନାୟକ ଉଦଘାଟନ କରିଥିଲେ। ଏଥିସହ ୟୁଥ୍ ରେଡକ୍ରସ୍ କାଉନସିଲର ମାନସୀ ଆଚାର୍ଯ୍ୟ, ଜାତୀୟ ସେବା ଯୋଜନା ଅଧିକାରୀ ହିମାଂଶୁ ଶେଖର ବକ୍ସି ଏବଂ ଜ୍ୟୋତି ପାଢ଼ୀ ଶିବିରରେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରୁ ମୋଟ ୪୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଡିଗ୍ରୀ କଲେଜର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଯୁବଗୋଷ୍ଠୀ ଶିବିରରେ ରକ୍ତଦାନ କରିଥିଲେ।

Advertisment

ବୈପାରିଗୁଡା ବ୍ଲକ ସମ୍ବାଦ ପ୍ରତିନିଧି ଅମରେନ୍ଦ୍ର କୁମାର ପରିଚ୍ଛା, ଡିଗ୍ରି କଲେଜର ଜ୍ୟୋତି ପାଢ଼ୀ, ସମର ମହାପାତ୍ର, କ୍ଷୀରୋଦ ପାଇକ, ସନୁ ପରଜା, ରାକେଶ ଭୁୟାଁ ସହ ସ୍ବେଚ୍ଛାସେବୀମାନେ ଶିବିର ପରିଚାଳନା କରିଥିଲେ। ଡିଗ୍ରି କଲେଜର ଅଧ୍ୟକ୍ଷା ସ୍ନେହଲତା ପଟ୍ଟନାୟକ, ମାନସୀ ଆଚାର୍ଯ୍ୟ, ହିମାଂଶୁ ଶେଖର ବକ୍ସି ଏବଂ ଜ୍ୟୋତି ପାଢ଼ୀଙ୍କ ତତ୍ବାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା। କ୍ଷୀରୋଦ ପାଇକ ଶିବିର ପରିଚାଳନାରେ ସହଯୋଗ କରିଥିଲେ। କୋରାପୁଟ ରକ୍ତ ଭଣ୍ଡାରର କର୍ମଚାରୀ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ।

publive-image

ରକ୍ତଦାତା ଜୀବନଦାତା: ଉଦୟ ମାଠପାଡିଆ, ବଳଭଦ୍ର ମୁର୍ଜିଆ, ଗୁରୁ ମାଛ, ଅନନ୍ତ ଦାସ, ଲକ୍ଷ୍ମଣ ଖିଲ, ଶ୍ରୀନିବାସ ହରିଜନ, ଅର୍ଜୁନ କିର୍ସାନୀ, ଚନ୍ଦନ ଖରା, ଲଛୁ ଖରା, କିଶୋର ଗାଦବା, ଶଙ୍କର ରାମପୁରିଆ, ମନୋଜ ଡାକୁଆ, ମନୋହର ମାଝୀ, ମହେନ୍ଦ୍ର ଫାଲାମ, ଗୁପ୍ତ ଖିଲ, ବରୁଣ ଭୁମିଆ, ଦିପୁ କୁମାର ସି, ଗୁରୁନାଥ ଚଲାଣ, ଭେଦର୍ତିକା ଷଡ଼ଙ୍ଗୀ, ଭଗବାନ ପରଜା, କୃଷ୍ଣ ଦାସ, ଆକାଶ ପ୍ରଧାନ, ତୁଳାବତୀ ଗୈାଡ, ପ୍ରିୟଙ୍କା ଡାକୁଆ, ରମେଶ ନାୟକ, ପଦଲାମ ଦିଶାରୀ, ପ୍ରକାଶ କୁମାର ତ୍ରିପାଠୀ, ରଘୁନାଥ ନାୟକ, ସିଦ୍ଧାନ୍ତ ସାହୁ, ବାଳକୃଷ୍ଣ ଦାସ, ଶିବ ଶଙ୍କର ଟାକ୍ରି, ଶିବାନୀ ବେହେରା, ଅଶୋକ ପୂଜାରୀ, ବବିତା ପାଣ୍ଡି, ଦିପାଞ୍ଜଳୀ ହନ୍ତାଳ, ବି. ଅଞ୍ଜନ ଆଚାରୀ, ହିମାଂଶୁ ଶେଖର ବକ୍ସି, କୃଷ୍ଣ ଗାଦବା, ଉଦ୍ଧବ ଗୁଞ୍ଜିଆ, ବନମାଳୀ ପୂଜାରୀ, ଧନେଶ୍ଵର ଘସରଲିଆ, ବିନୋଦ ପାଙ୍ଗି ଏବଂ ଭୁବନ ନାୟକ।