ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ବଣିଆଟାଙ୍ଗୀ ଠାରେ ଥିବା ଆଇନ୍ଷ୍ଟାଇନ୍ ଏକାଡେମୀ ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମ୍ୟାଣ୍ଟ (ଇଏଟିଏମ୍) ଓ ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ବୁଧବାର ଦିନ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଲଗାଣ ବର୍ଷା ସତ୍ବେ ଶିକ୍ଷାନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ପ୍ରବଳ ଉତ୍ସାହରେ ରକ୍ତଦାନ କାର୍ଯ୍ୟକ୍ରମରେ ଯୋଡ଼ି ହୋଇ ରକ୍ତଦାନ କରିଛନ୍ତି।
ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଶୁଭେନ୍ଦୁ ପ୍ରସାଦ ସାହୁ , ଡିଏନ୍ ଏକାଡେମିକ୍ ବିଶ୍ବଜିତ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶିବିରର ଉଦ୍ଘାଟନ କରିଥିଲେ। ଲୋକସମ୍ପର୍କ ଅଧିକାରୀ ଧନେଶ୍ବର ଛୋଟରାୟ, ଅରୂପାନନ୍ଦ ମହାନ୍ତିଙ୍କ ସଂଯୋଜନାରେ ୭୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ରକ୍ତଦାତାମାନେ ହେଲେ, ସୁଜିତ କୁମାର ଖୁଣ୍ଟିଆ, ଶଙ୍କର ମହାତୋ, ରବୀନ୍ଦ୍ର ନାଗ, ପ୍ରଭୂଦତ୍ତ ଲେଙ୍କା, ଏସ୍ ହର୍ଷ ପାତ୍ର, ସନ୍ତୋଷ କୁମାର ପ୍ରଧାନ, ମହେନ୍ଦ୍ର ଜେନା, ଧର୍ମେନ୍ଦ୍ର ସାହୁ, ଆଦିତ୍ୟ କୁମାର ଧଳ, ଅନୁଜ ହରିଚନ୍ଦନ, ସୌରଭ ସ୍ବାଇଁ, ନିବେଦିତା ଛାଟୋଇ, ଦୀପକ ପରିଡ଼ା, ଦେବନୀର ଛୋଟରାୟ, ଆଲୋକ କୁମାର ସାହୁ, ପ୍ରଦୀପ୍ତ ପାତ୍ର, ଜୟାନନ୍ଦ ଦେହୁରୀ, ନୀଳେଶ ନାୟକ, ଜ୍ୟୋତିରଞ୍ଜନ ତ୍ରିପାଠୀ, ମୃତ୍ୟୁଜ୍ଞୟ ପାଲଟାସିଂହ, ଦେବାଶିଷ ଜେନା, ଦେବପ୍ରସାଦ ଦାସ, ଲିକୁନ୍ ଜେନା, ସୌମ୍ୟରଂଜନ ନାୟକ, ସମୀର କୁମାର ମାଝି, ଦିବ୍ୟଜ୍ୟୋତି ମହାପାତ୍ର, ଅଭିଷେକ ଖଟୁଆ, ଅନୀଲ କୁମାର ଦାସ, ସୁବ୍ରତ କୁମାର ସେଠୀ, ଲଳିତେଶ ବେହେରା, କୌଶିକ ମାଝି, ଦିବ୍ୟଜ୍ୟୋତି ମହାପାତ୍ର, ସୌମ୍ୟରଞ୍ଜନ ପୁରୋହିତ, ସନତ ରାଉତ, ରାଜକିଶୋର ମହାପାତ୍ର, ଶିବସୁନ୍ଦର ସାମଲ, ବିକେକାନନ୍ଦ ସେଠୀ, ଅରୁଣ ବେହେରା, ପ୍ରଭାତ ବର୍ମନ, ଶୁଭାଙ୍ଗୀ ମିଶ୍ର, ବିଶ୍ବଜିତ ସାମନ୍ତରାୟ, ରଜନୀକାନ୍ତ ପଣ୍ଡା, ସ୍ନୋହାଶିଷ ଦେହୁରୀ, ବିଶ୍ବଜିତ ସେନ୍, ରାଜା ପଲେଇ, ଲକ୍ଷ୍ମିନାରାୟଣ ସାମନ୍ତରାୟ, ମନୋଜ କୁମାର ସାହୁ, ମୋନାଲିସା ମହାପାତ୍ର, ଚନ୍ଦନ ଆଚାର୍ଯ୍ୟ, ସମ୍ବିତ ପଲାଇ, ଜିତେନ୍ଦ୍ର ବାରିକ, ବିଶ୍ବଜିତ ମହାପାତ୍ର, ବାଦଲ ବେହେରା, ସତ୍ୟଜିତ ନାୟକ, ଶ୍ରଦ୍ଧାଶାଶ୍ବତୀ ମହାନ୍ତି, ଧୀରେନ୍ ମେକି, ଲକ୍ଷ୍ମିନାରାୟଣ ମିଶ୍ର, ଜଗବନ୍ଧୁ ମାହୁନ୍ତ, ଚନ୍ଦନ ଦାସ, ବାବୁ ଦାସ, ଶିବ ପ୍ରସାଦ ଦାସ, ପୂର୍ଣ୍ଣେନ୍ଦୁ ଦାସ, ବଦ୍ରିନାଥ ନାୟକ, ଆଶୁତୋଷ ପ୍ରଧାନ, ପ୍ରବୀଣ ସାମଲ, ସୌମ୍ୟରଞ୍ଜନ ମୁରୁଡ଼ି, ମାନସରଞ୍ଜନ ପଟ୍ଟନାୟକ, ମହୋ ଛୁରା, ଦିବ୍ୟସିଂହ ବଘାର, ସତ୍ୟଜିତ ସାମନ୍ତରାୟ, ରାମକୃଷ୍ଣ ପ୍ରଧାନ, ବିଶ୍ବଜିତ ତ୍ରିପାଠୀ ଓ ବିଶ୍ବଜିତ ସାହୁ।
ଏହି ଶିବିରରେ କ୍ୟାପିଟାଲ୍ ହସପିଟାଲ୍ର ଡାକ୍ତର ଅଶ୍ବିନୀ କୁମାର ସାହୁ, ଶାରଦାକାନ୍ତ ଚୌଧୁରୀ, ଶରତ ନାୟକ, ନବଘନ ସାମଲ, ପ୍ରତାପ କୁମାର ସାହୁ, ଦିଲିପ ବଳିଆରସିଂହ, ପ୍ରେମାନନ୍ଦ ପରିଚ୍ଛା ଯୋଗ ଦେଇ ରକ୍ତ ନମୁନା ପରୀକ୍ଷା ଓ ସଂଗ୍ରହ କରିଥିଲେ। ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ରାଜ୍ୟ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀ, ସଂଗ୍ରାମ କେଶରୀ ସାମନ୍ତରାୟ ଓ ଜିଲ୍ଲା ପ୍ରତିନିଧି ଲମ୍ବୋଦର ପ୍ରସାଦ ଦାଶ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।