ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର ମହିଳା ମହାବିଦ୍ୟାଳୟ, ବିହାରୀ ଏକତା ସଂଘ, ରୋଟାରୀ କ୍ଲବ୍, ଛୋଟ୍ ପର୍ବ କମିଟି ଏବଂ ଓ ସମ୍ବାଦ ଆମ ଓଡିଶାର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟଅତିଥି ଭାବେ କଲେଜର ସଭାପତି ତଥା ଅବସରପ୍ରାପ୍ତ ଅଧ୍ୟାପିକା ମାଳତୀ ପରିଡା ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ମହାବିଦ୍ୟାଳୟର ଅଧକ୍ଷ ରବିଶଙ୍କର ଶତପଥୀଙ୍କ ନେତୃତ୍ବରେ ଓ ଅଧ୍ୟାପକ ବିଜୟ କୁମାର ରାମଙ୍କ ମାର୍ଗ ଦର୍ଶନରେ ଉକ୍ତ ଶିବିର ଆୟୋଜିତ ହୋଇଥିଲା।

Advertisment

ଉକ୍ତ ଶିବିରକୁ ରାଇରଙ୍ଗପୁର ସମ୍ବାଦ ପ୍ରତିନିଧି ତୁଷାର କାନ୍ତ ମହାନ୍ତ,ମହାବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକା ସେବତୀ ବେହେରା,ପ୍ରିୟତମା ହେମ୍ବ୍ରମ୍, ଶୁଭଦର୍ଶିନୀ ମିଶ୍ର, ଦଶରଥ ଗରାଇ, ରୁଦ୍ରନାଥ ଧୀର, ବବଲୁ କୁମ୍ଭକାର, ପୁଷ୍ପଲତା ମୁର୍ମୁ, ଦେବସ୍ମିତା ସରଘରିଆ, ପ୍ରିୟଦର୍ଶିନୀ ବେହେରା, ଶଙ୍କରଶଣ ମହାନ୍ତ, ଶ୍ୟାମୁନ୍ଦର ମଣ୍ଡଳ, କାରୁ ମାରାଣ୍ଡି, ଅମିତ୍ ଗୋପାଳ, ତରୁଣ ମହାନ୍ତ, ଦୀପିକା ମହାରଣା, ଲକ୍ଷ୍ମୀ ରାଓ, ବିଜାତଳା ସମ୍ବାଦ ପ୍ରତିନିଧି ଯୁଧିଷ୍ଠିର୍ ପରିଡା ପ୍ରମୁଖ ପରିଚାଳନାରେ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୋଟ ୨୦ ଜଣ ରକ୍ତଦାତା  ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ରାଇରଙ୍ଗପୁର ରକ୍ତ ଭଣ୍ଡାର ଅଧିକାରିଣୀ ଡଃ ସ୍ମିତାଶ୍ରୀ ବିରୁଆ, ଏଲଟି ଦେବବ୍ରତ ଗିରି, ଚିରଞିବି ମହାନ୍ତି, ରଶ୍ମିତା ପ୍ରଧାନ, ରହିତ୍ ବାରିକ, ସୁଜାତା ସ୍ୱାଇଁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। କଲେଜର ଛାତ୍ରୀ ବର୍ଷାରାଣୀ ବାରିକ, ଶୁଭଲକ୍ଷ୍ମୀ ମହାନ୍ତ, ଦେବସିନି ମାଦଳା, ବିଜୟଲକ୍ଷ୍ମୀ ମହାନ୍ତ, କାର୍ମୀ ହାଁସଦାଃ, ଅପର୍ଣାଶ୍ରୀ ମଣ୍ଡଳ, ସୁଜାତା ପରିଡା, ମମତା ମହାନ୍ତ, ଲତିକା ପାତ୍ର, ଗୁରୁବାରୀ ହେମ୍ବ୍ରମ, ଗୌରୀ ଶର୍ମା, ଜୟଶ୍ରୀ ମହାନ୍ତ, ଶ୍ରୁତି ମହାନ୍ତ, ଅନୁପମା ମହାନ୍ତ ପ୍ରମୁଖ ଶିବିରରକୁ ପରିଚାଳନାରେ ସହୋଯଗ କରିଥିଲେ। ଅଧ୍ୟାପକ ବିଜୟ କୁମାର ରାମ୍ ଓ ତାଙ୍କ ସ୍ତ୍ରୀ ସନ୍ତୋଷୀ ରାମ୍ ପ୍ରତ୍ୟେକ ବର୍ଷ ଏକା ସହିତ ରକ୍ତଦାନ କରିଥାନ୍ତି। ଶେଷରେ ଆମ ଓଡିଶା ସଂଯୋଜକ ତୁଷାର କାନ୍ତ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

publive-image ରକ୍ତଦାତା ମାନେ ହେଲେ;- ବିଜୟ କୁମାର ରାମ୍, ସନ୍ତୋଷୀ ରାମ୍, ଶ୍ୟାମ ସୁନ୍ଦର ମଣ୍ଡଳ, ସ୍ମୃତି ମହାନ୍ତ, ପ୍ରିୟଦର୍ଶିନୀ ବେହେରା, ପ୍ରିୟତମା ହେମ୍ବ୍ରମ, ଦିପିକା ମହାରଣା, ରାଜେନ୍ଦ୍ର ମୁଣ୍ଡାରୀ, ଦ୍ରୋପଦୀ ପିଙ୍ଗୁଆ, ଦେବସ୍ମିତା ସରଘରିଆ, ଜ୍ୱାଲାସିଂ ଟୁଡୁ, ଅପର୍ଣାଶ୍ରୀ ମଣ୍ଡଳ, ବିଜୟ ଲକ୍ଷ୍ମୀ ମହାନ୍ତ, ଅମରଦିପ୍ ରାୟ, ଛଟରାୟ ଟୁଡୁ, ରାମଦୁ ବାସ୍କେ, ଟୁଲୁ ମହାନ୍ତ, ନିରଜ ଗିରି, ସପୁ ଦେ, ମଳୟ ବେହେରା ପ୍ରମୁଖ।