ରେଜ୍ ଫାଉଣ୍ଡେସନ ତରଫରୁ ରକ୍ତଦାନ ଶିବିର; ୮୧ ୟୁନିଟ୍ ରକ୍ତ ସଂଗ୍ରହ

କଟକ : କଟକର ଅଗ୍ରଣୀ ସାମାଜିକ ସଂଗଠନ ରେଜ୍ ଫାଉଣ୍ଡେସନ ଆନୁକୁଲ୍ୟରେ ତଥା ଆମ ଓଡ଼ିଶା ସହଯୋଗରେ କଟକ ନୂଆବଜାରସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଆଜିର ଏହି ରକ୍ତଦାନ ଶିବିରକୁ ରୁଚିର ନିର୍ଦେଶିକା ସଙ୍ଗୀତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ କଟକ ସମ୍ବାଦର ଆଞ୍ଚଳିକ ମୁଖ୍ୟ ପ୍ରବନ୍ଧକ ଶ୍ରୀଯକ୍ତୁ କୃଷ୍ଣ ପ୍ରସାଦ ଦାସ ।

କୋଭଡି ଓ ଡେଙ୍ଗୁର ଭୟାବହତାକୁ ଆଖି ଆଗରେ ରଖି ବର୍ତ୍ତମାନ ପରିସ୍ଥିତିରେ ରକ୍ତ ଅଭାବର ଦୂରୀକରଣ ପାଇଁ ରେଜ୍ ଫାଉଣ୍ଡେସନର ଏହି ଅଭିନବ ପ୍ରୟାସକୁ ଅତିଥିମାନେ ପଶ୍ରଂସା କରିଥିଲେ । ଆଜିର ଏହି ରକ୍ତଦାନ ଶିବିରରେ ୮୧ ଜଣ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ସାମାଜିକ ସଂଗଠନ ଆମ ଓଡ଼ିଶା ଏହି ଶିବିର ଆୟୋଜନରେ ସମସ୍ତ ସହଯୋଗ କରିଥିବା ବେଳେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ବଡ୍ଲ ବ୍ୟାଙ୍କ ତରଫରୁ ସମସ୍ତ ସୁବଧିା ପ୍ରଦାନ କରାଯାଇଥିଲା । ରେଜ୍ ଫାଉଣ୍ଡେସନ୍ ପକ୍ଷରୁ ଶିଳ୍ପା ଦାସ, ଶ୍ରୀକାନ୍ତ ମହାପାତ୍ର, ଆଦ୍ୟାଶା ପଟ୍ଟନାୟକ, ସାଗ୍ନୀକା ମହାପାତ୍ର, ଅଭିନାଶ ସିଂହ, ସତ୍ୟଜିତ ତ୍ରିପାଠୀ, ସୁଶାନ୍ତ ଦାସ, ରିତେଶ କୁମାର ମହାନ୍ତ,ରିତେଶ ରାଉଳ, ସନ୍ଦୀ ପଣ୍ଡା, ଅଗ୍ନିଦେବ ସାହୁ, ମନୋଜ କୁମାର ପାତ୍ର, ସୌମ୍ୟଜିତ ରିଡ଼ା, ଉଲ୍ଲାସ ଚନ୍ଦ୍ର ବେହୁରା, ଚିଣ୍ଟୁ ମିଶ୍ର, ସନ୍ତୋଷ ନାୟକ, ପତିତାବନ ପଣ୍ଡା ପ୍ରମୁଖ ରକ୍ତଦାନ ଶିବିର ପରିଚାଳନା କରିଥିଲେ । ଆଗାମୀ ଦିନରେ ରେଜ୍ ଫାଉଣ୍ଡେସନ୍ ପକ୍ଷରୁ ବହୁ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲ8
ଆୟୋଜକମାନେ ପକ୍ରାଶ କରିଥିଲେ ।

ସମ୍ବନ୍ଧିତ ଖବର