ରାୟଗଡା/ଚନ୍ଦ୍ରପୁର: ରାୟଗଡା ଜିଲ୍ଲା ଅନ୍ତର୍ଗତ ଚନ୍ଦ୍ରପୁର ବ୍ଲକର ଦୁର୍ଗମ ଡାଙ୍ଗସୋରଡ଼ାସ୍ଥିତ ଏମଇ ସ୍କୁଲରେ ଆମ ଓ଼ଡିଶା ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଅତିଥି ଭାବେ ଡାକ୍ତର ତୋପ ପ୍ରସାଦ ବେହେରା, ‘ସମ୍ବାଦ’ର ଜିଲ୍ଲା ପ୍ରତିନିଧି ପ୍ରେମେନ୍ଦ୍ର ପରିଛା, ମୁନିଗୁଡା ପ୍ରତିନିଧି ରାଜୀବ ଲୋଚନ ଦାସ, ହାଡ଼ିପଦ ଗୌଡ, ପ୍ରଧାନ ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ସାହୁ, ଚନ୍ଦ୍ରପୁର ପ୍ରତିନିଧି ଭୀମ ଗାଙ୍ଗରେଙ୍ଗା ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିର ଆରମ୍ଭ କରିଥିଲେ। ଏହି ରକ୍ତଦାନ ଶିବିରରେ ମୋଟ ୧୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଡାଙ୍ଗସୋରଡା ଭଳି ଗ୍ରାମରେ ଲୋକେ ରକ୍ତଦାନ କରିବାକୁ ଭୟ କରୁଥିବା ବେଳେ ସମ୍ବାଦର ଏହି ପ୍ରୟାସକୁ ଲୋକେ ପ୍ରଶଂସା କରିଥିଲେ। ଆମ ଓଡ଼ିଶାର ଏଭଳି କାର୍ଯ୍ୟକ୍ରମ ସମସ୍ତ ଦୁର୍ଗମ ଅଂଚଳରେ ଆୟୋଜନ କଲେ ଲୋକେ ରକ୍ତଦାନ ସଂପର୍କରେ ଅବଗତ ହେବା ସହ ନିଜ ଅଂଚଳରେ ମଧ୍ୟ ଏଭଳି ସ୍ବେଚ୍ଛାକୃତ ରକ୍ତଦାନ ଆୟୋଜନ କରିପାରିବେ ବୋଲି କୁହାଯାଇଥିଲା।
ଏହି ରକ୍ତଦାନ ଶିବିରରେ ରକ୍ତଦାତାମାନେ ହେଲେ କାମେକ୍ଷାନିଧୀ ପୁଟା, କପିଳଦେବ ଶବର,ଏସ ଦିନେଶ କୁମାର, ସଂଜୟ ଜେନା, ଏସ.ଲଲିତ କୁମାର, କିଷାନ କୁମାର ଗୌଡ଼, ସୁଦେଶ କୁମାର ପିପାଲୀ, ଟିମାକା ବୈକୁଣ୍ଠ, ଫିରୋଜ କୁମାର ସୂର୍ଯ୍ୟା, ତୁଳସୀ ପ୍ରସାଦ ବେହେରା, ସଂଜୟ କୁମାର ବେହେରା, ମନୋଜ ପାଇକରାୟ, ସୁନୀଲ ବଳିଆରସିଂ, ସାହିଲ ସାମଲ, ରାହୁଲ ଲାବେଟି, ଅରକ୍ଷିତ ରଣା ରହିଥିଲେ।
ଏହି ରକ୍ତଦାନ ଶିବିରକୁ ହେମନ୍ତ କୁମାର ମଲ୍ଲିକ, କୈଳାଶ ଶବର, ସସ୍ମିତା କିଲକାରା, ମଣିମାଳ କାଡ୍ରେକା, ଜଶବନି ଜାଲ, ଜୟରାମ କରକରିଆ ପ୍ରମୁଖ ସହଯୋଗ କରିଥିବା ବେଳେ ଭୀମ ଗାଙ୍ଗରେଙ୍ଗା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରକ୍ତ ସଂଗ୍ରହରେ ଡାକ୍ତର ତୋପ ପ୍ରସାଦ ବେହେରା, ବି.କ୍ରିଷ୍ଣା କୁମାର, ହୁମାକାନ୍ତ ମିଶ୍ର, ଶଂକର ତାଡିଙ୍ଗି ପ୍ରମୁଖ ସହଯୋଗ କରିଥିଲେ।