ରାୟଗଡା: ଜେକେ କାଗଜ କଳ ତରଫରୁ ରାୟଗଡା ରେଡକ୍ରସ୍ ବ୍ଲଡ ବ୍ୟାଙ୍କ ସହଭାଗିତାରେ ଜେକେ ପରିସରରେ ଜେକେ ଗ୍ରୁପ୍ର ଭୂତପୂର୍ବ ଅଧ୍ୟକ୍ଷ ହରିଶଙ୍କର ସିଂଘାନିଆଙ୍କ ୯୦ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମକୁ ଜେକେ ଲେଡିଜ କ୍ଲବର ସଭାନେତ୍ରୀ ଶ୍ଵେତା ଦ୍ଵିବେଦୀ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ଅଧିକାରୀଙ୍କ ମଧ୍ୟରୁ ଉପ ସଭାପତି(କାର୍ମିକ )ବିନୟ ଦ୍ବିବେଦୀ, ଉପସଭାପତି (ବାଣିଜ୍ୟ) ବିଶ୍ବଜିତ ଦ୍ବିବେଦୀ, ମହା ପ୍ରବନ୍ଧକ (ମାନବ ସମ୍ବଳ) ସନ୍ଦୀପ ପାଣ୍ଡେ, ଜେକେ ଡିସ୍ପେନସାରୀ ମୁଖ୍ୟ ଡଃ. କେ ଭି ରାଓ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।

Advertisment

ଜେକେ କର୍ମଚାରୀ ତଥା ତାଙ୍କ ପରିବାର ବର୍ଗ ମିଶି ସର୍ବ ମୋଟ ୧୪୦ ୟୁନିଟ ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମକୁ ବ୍ଲଡ ବ୍ୟାଙ୍କର ଡଃ. ଗୋବିନ୍ଦ ପଟ୍ଟନାୟକ, ସରୋଜ ଆଚାର୍ଯ୍ୟ ଓ ତାଙ୍କ ଟିମ ପରିଚାଳନା କରିଥିଲେ। ଜେକେ କାଗଜ କଳ ତରଫରୁ ୱେଲଫେଆର ଟିମର ମୁଖ୍ୟ ରଞ୍ଜିତ ଦାସ, ମୁଖ୍ୟ ପ୍ରବନ୍ଧକ ଭାସ୍କର ନାଇଡୁ, ଅଫିସର ୱେଲଫେଆର ଶିବ ଶଙ୍କର ପଣ୍ଡା, ଟି ଭେଙ୍କଟ ରାଓ ପ୍ରମୁଖ ସଂଯୋଜନା କରିଥିଲେ।