ଘୁ ଉଦୟଗିରି: ଶ୍ରମିକ ଦିବସ ଅବସରରେ ସୋମବାର କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ସଭାଗୃହ ଠାରେ ସମ୍ବାଦ ଆମ ଓଡ଼ିଶା ଓ କଳିଙ୍ଗା ଯୁବକ ସଂଘ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା ରତିକାନ୍ତ ସାହୁ, ସରପଞ୍ଚ ବକ୍ସି ମଲ୍ଲିକ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିର ଉଦଘାଟନ କରିଥିଲେ। କଳିଙ୍ଗା ସରପଞ୍ଚ ବକ୍ସି ମଲ୍ଲିକ ଓ ଭୀମ ଆର୍ମି ଜିଲ୍ଲା ସଭାପତି ଫିରୋଜ କୁମାର୍ ଦିଗାଲ ପ୍ରଥମେ ରକ୍ତ ଦାନ କରି ଶିବିରକୁ ଆଗକୁ ନେଇଥିଲେ। ଏହି ଶିବିରରେ ମୋଟ ୩୧ଜଣ ସ୍ବେଚ୍ଛାକୃତ ରକ୍ତଦାନ କରିଥିବା ବେଳେ ୬ ମହିଳାଙ୍କ ସମେତ ୧୭ଜଣ ପ୍ରଥମ ଥର ପାଇଁ ରକ୍ତଦାନ ଭଳି ଏକ ମହାନ କାର୍ଯ୍ୟରେ ଅଂଶ ଗ୍ରହଣ କରି ଆଗ୍ରହ ସହ ରକ୍ତଦାନ କରିଥିଲେ।

Advertisment

publive-image

କଳିଙ୍ଗା ସରପଞ୍ଚ ବକ୍ସି ମଲ୍ଲିକ ଓ ସମାଜସେବୀ ଆମନ ଚନ୍ଦ୍ର ନାୟକଙ୍କ ସହଯୋଗରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ସମ୍ବାଦ ପ୍ରତିନିଧି ସମୀର କୁମାର ପାଢୀ ପରିଚାଳନା କରିଥିବା ବେଳେ ଫୁଲବାଣୀ ରକ୍ତଭଣ୍ଡାର ଅଧିକାରୀ ଡ଼ଃ ଜୟଦୀପ କୁମାର ଘୋଷ, ଦୀନକୃଷ୍ଣ ମହନ୍ତ, ପ୍ରଶାନ୍ତ କୁମାର ରତ୍ନାଲୁ, ବରୁଣ କୁମାର ବେହେରା, ରକ୍ତ ସଂଗ୍ରହ କରିଥିବା ବେଳେ କଳିଙ୍ଗାର ଯୁବକ ସଂଘ ପକ୍ଷରୁ ତାପସ ରଞ୍ଜନ ନାୟକ, ଲକ୍ଷ୍ମୀକାନ୍ତ ପ୍ରଧାନ, ଉତ୍ସବ ପ୍ରଧାନ ସମେତ ଅନ୍ୟ ଯୁବ ଗୋଷ୍ଠୀ ଉପସ୍ଥିତ ରହିଥିଲେ। ସାମ୍ବାଦିକ ସାମନ୍ତ ଶେଖର ନାୟକ, ଶଙ୍କର ମଲ୍ଲିକ ସମେତ ଅନ୍ୟମାନେ ଉପସ୍ଥିତ ରହୀ ଶିବିରକୁ ସଫଳ କରିଥିଲେ।