ସୋନପୁର: ସୋନପୁର ରକ୍ତଭଣ୍ଡାରରେ ରୋଗୀଙ୍କୁ ରକ୍ତ ଯୋଗାଣରେ ଅବ୍ୟବସ୍ଥା ସମ୍ପର୍କରେ ଗୁରୁବାର ଜିଲ୍ଲାପାଳ ଏବଂ ସିଡିଏମଓଙ୍କଠାରେ ଅଭିଯୋଗ କରିଛି ବୁଢାରାଜା ଯୁବ ସମାଜସେବୀ ସଂଗଠନ। ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ସେମାନେ ନିରନ୍ତର ଭାବରେ ରକ୍ତଦାନ ଶିବିରମାନ ଆୟୋଜନ କରିବା ସହିତ ଜରୁରିକାଳୀନ ସମୟରେ ରୋଗୀମାନଙ୍କୁ ରକ୍ତଦାନ ମଧ୍ୟ କରୁଛନ୍ତି। ତେବେ ସେମାନେ କୌଣସି ରୋଗୀଙ୍କ ପାଇଁ ରକ୍ତ ପାଇଁ କହିଲେ ସେମାନଙ୍କୁ ଏକ୍ସଚେଞ୍ଜ କଲେ ଯାଇ ରକ୍ତ ମିଳିବ ବୋଲି ବ୍ଲଡ ବ୍ୟାଙ୍କ କର୍ମଚାରୀମାନେ କହୁଛନ୍ତି। କିନ୍ତୁ ଦଲାଲମାନେ କହିଲେ ବିନା ଏକ୍ସଚେଞ୍ଜରେ ରକ୍ତ ମିଳୁଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ଏକ ନିର୍ଦ୍ଦିଷ୍ଟ ପାଥୋ କ୍ଲିନିକରେ କାର୍ଯ୍ୟରତ ଜଣେ ଦଲାଲ ବ୍ଲଡ ବ୍ୟାଙ୍କ କର୍ମଚାରୀଙ୍କୁ ହାତ କରି ଗୋଟିଏ ରକ୍ତ ୟୁନିଟ୍ ପାଇଁ ୮ଶହ ଟଙ୍କା ରୋଗୀଙ୍କଠାରୁ ସଂଗ୍ରହ କରି ରକ୍ତ ଯୋଗାଡ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ତେବେ ଏଡିଏମଓ ମେଡିକାଲଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ଘଟଣାର ତଦନ୍ତ କରାଯିବ ଏବଂ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମଓ ପ୍ରତିଶ୍ରୁତି ଦେଇଥିବା ଏହି ସମାଜସେବୀ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।
ରକ୍ତଭଣ୍ଡାରରେ ଅବ୍ୟବସ୍ଥା:ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସ୍ୱେଚ୍ଛାସେବୀ
/sambad/media/post_attachments/wp-content/uploads/2017/11/blood-units-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)