ବାରିପଦା: କରୋନା କାରଣରୁ ହୋଇଥିବା ଲକ୍ଡାଉନର ପ୍ରଭାବ ସିଧାସଳଖ ବାରିପଦା ରକ୍ତ ଭଣ୍ଡାର ଉପରେ ପଡ଼ିଛି। ରକ୍ତଦାନ ଶିବିର ବନ୍ଦ ହୋଇଯାଇଥିବା କାରଣରୁ ରକ୍ତ ଭଣ୍ଡାରେ ରକ୍ତ ସଙ୍କଟ ଦେଖାଦେଇଛି। ଏନେଇ ଆଜି ‘ସମ୍ବାଦ’ରେ ଏକ ଖବର ପ୍ରକାଶ ପାଇଥିଲା। ଏହାକୁ ପଢ଼ି ଆଜି ଜଣେ ଚାଟାର୍ଡ ଛାତ୍ର ଅମିତାଭ ଟୁଡୁ ବାରିପଦା ରକ୍ତ ଭଣ୍ଡାରକୁ ଯାଇ ରକ୍ତଦାନ କରିଛନ୍ତି। ପୁଷ୍ପିତା ଏବଂ ସୁକୁଲ୍ ଚରଣ ଟୁଡୁଙ୍କ ପୁଅ ଅମିତାଭ ସ୍ଥାନୀୟ ଲକ୍ଷ୍ମୀପୋଷିସ୍ଥିତ ୫ମ ବାଟାଲିୟନ୍ ନିକଟରେ ପରିବାର ସହିତ ରହୁଛନ୍ତି। ଲକ୍ଡାଉନ କାରଣରୁ ସେ ଘରେ ଅଛନ୍ତି। ରକ୍ତର ଆବଶ୍ୟକତାକୁ ଉପଲବ୍ଧି କରି ସେ ଆଜି ଲକ୍ଡାଉନ ସତ୍ତ୍ବେ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ। ଅନ୍ୟମାନଙ୍କୁ ମଧ୍ୟ ରକ୍ତ ଦେବାକୁ ଉତ୍ସାହିତ କରିଛନ୍ତି ଅମିତାଭ।
ବାରିପଦା ରକ୍ତ ଭଣ୍ଡାରରେ ରକ୍ତ ସଙ୍କଟ
‘ସମ୍ବାଦ’ରୁ ଖବର ପଢ଼ି ରକ୍ତଦାନ କଲେ ଚାଟାର୍ଡ ଛାତ୍ର
/sambad/media/post_attachments/wp-content/uploads/2020/04/Blood-Donated-by-a-young-man-after-reading-news-from-SAMBAD.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)