ରାଇରଙ୍ଗପୁର: ରାଇରଙ୍ଗପୁର ଉପଖଣ୍ଡ ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଇରଙ୍ଗପୁରର ବ୍ଲଡମ୍ୟାନ୍ ନାମରେ ପରିଚିତ ଟିଟନ୍ ସମ୍ମାନିତ ହୋଇଛନ୍ତି।
ରାଇରଙ୍ଗପୁର ଉପଖଣ୍ଡ ହେଉଛି ଆଦିବାସୀ ବହୁଳ ବିଶିଷ୍ଟ ଅଞ୍ଚଳ । ସଚେତନତା ଅଭାବରୁ ରୋଗୀ ସଂଖ୍ୟା ମଧ୍ୟ ଅଧିକ । ଯାହାଫଳରେ ଅଧିକାଂଶ ରୋଗୀଙ୍କ ରକ୍ତଭାବ ଦେଖାଦେଇଥାଏ।
ତେବେ ଜରୁରୀକାଳୀନ ପରିସ୍ଥିତିରେ ଯେତେବେଳେ ରୋଗୀଙ୍କ ରକ୍ତ ଦରକାର ହୁଏ ଏବଂ ରକ୍ତ ପାଇଁ ସମ୍ପର୍କୀୟ କିମ୍ବା ରକ୍ତଦାତାଙ୍କଠାରୁ ରକ୍ତ ନମିଳିଲେ ନିରାଶ ହେବା ପରେ ବ୍ଲଡ୍ ମ୍ୟାନ୍ ଭାବେ ପରିଚିତ ସୌମିକ୍ ଦାସ କାନୁନଗୋ(ଟିଟନ୍)ଙ୍କୁ ଖୋଜା ପଡ଼ିଥାଏ।
ମୟୂରଭଞ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳର ରକ୍ତଦାନ ଅଭିଯାନର ସେ ଜଣେ ଆଗଧାଡିର ଯୋଦ୍ଧା। କେବଳ ରକ୍ତଦାନ ନୁହେଁ ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କୁ ହସ୍ପିଟାଲ ନେବା,ଅସହାୟ ବୃଦ୍ଧବୃଦ୍ଧାଙ୍କୁ ସହାୟତା କରିବା ସହିତ ବିଭିନ୍ନ ସାମାଜିକ କାର୍ଯ୍ୟ ସେ କରିଥାନ୍ତି।
ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ପୂର୍ବୋଦୟ ଯୋଜନାରେ ଓଡିଶାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି: ମୁଖ୍ୟମନ୍ତ୍ରୀ
ତାଙ୍କ ଘର ରାଇରଙ୍ଗପୁର ପୌରପରିଷଦର ୱାର୍ଡ ନଂ ୭ ପୁରୁଣାଘାଟିରେ । ସେ ନିଜେ ୨୫ ରୁ ଅଧିକ ଥର ରକ୍ତଦାନ କରିଥିବା ବେଳେ ବିଭିନ୍ନ ସାମାଜିକ ସଂଗଠନ,ବ୍ୟକ୍ତିବିଶେଷ, କ୍ରିକେଟ୍ କ୍ଲବ୍ ସହିତ ଯୋଡି ହୋଇ ବିଭିନ୍ନ ରକ୍ତଦାନ ଶିବିର ଆୟୋଜନ କରି ହଜାର ହଜାର ୟୁନିଟ୍ ରକ୍ତ ସଂଗ୍ରହ କରି ସାରିଛନ୍ତି ।
ଏହା ସହିତ ରକ୍ତଦାନର ମହତ୍ୱ ସମ୍ପର୍କରେ ସେ ଅନ୍ୟମାନଙ୍କୁ ସଚେତନତା ମଧ୍ୟ କରିଥାନ୍ତି । ଯେଉଁଥି ପାଇଁ ସେ ଛୋଟରୁ ବଡ,ଗରିବ କି ଧନୀ ସମସ୍ତଙ୍କର ପ୍ରିୟ ପାତ୍ର ପାଲଟିଛି । ଏହା ସହିତ ରାସ୍ତାରେ ବୁଲୁଥିବା ଅସହାୟ, ପାଗଳ,ପାଗଳି, ବୃଦ୍ଧ, ବୃଦ୍ଧା ପ୍ରଭ୍ରୁତିଙ୍କୁ ମଧ୍ୟ ଖାଦ୍ୟ ସହିତ ଶୀତବସ୍ତ୍ର ମଧ୍ୟ ଯୋଗାଇଥାନ୍ତି ।
ଅଧିକ ପଢ଼ନ୍ତୁ: ବିଶ୍ୱ ଦେଖିଲା ଭାରତର ଶକ୍ତି, କର୍ତ୍ତବ୍ୟ ପଥରେ ଉଡିଲା ତ୍ରିରଙ୍ଗା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/01/26/5IZHk3jigWgYuSy8Ofdt.jpeg)