ଧାନ ଉଷୁଆଁ ଚୁଲିରେ ପଡ଼ି ୩ବର୍ଷର ଶିଶୁ କନ୍ୟା ଗୁରୁତର

0

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ସୋମବାର ଅପରାହ୍ନରେ ନିଆଁ ଥିବା ଧାନ ଉଷୁଆଁ ଚୁଲିରେ ପଡ଼ି ୩ବର୍ଷର ଶିଶୁକନ୍ୟା ଗୁରୁତର ଆହତ ହୋଇଛି। ଶିଶୁ କନ୍ୟାକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ସଙ୍ଗେସଙ୍ଗେ ନୀଳଗିରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

ସୂଚନାଯୋଗ୍ୟ, ନୀଳିଗିରି ଥାନା ଅଧିନସ୍ଥ କଣ୍ଟିଆଟିକର ଗ୍ରାମର ବୈଦନାଥ ଆଚାର୍ଯ୍ୟଙ୍କ ୩ବର୍ଷର ଝିଅ ଆଜି ଅପରାହ୍ନରେ ଖେଳୁଖେଳୁ ଅନ୍ୟ ମନସ୍କତା ହେତୁ ଧାନଉଷା ଚୁଲିରେ ପଡ଼ି ଯାଇଥିଲା। ଚୁଲିରେ ନିଆଁ ଥିବା ହେତୁ ଶିଶୁଟିର ନିତମ୍ବ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.