ରାଜଧାନୀବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ବିଏମସି କମିସନର

ଭୁବନେଶ୍ବର: ରାଜଧାନୀବାସୀଙ୍କୁ ସତର୍କ ରହିବାକୁ ବିଏମସି କମିସନର ପରାମର୍ଶ ଦେଇଛନ୍ତି। ପୁଣିଥରେ କରୋନା ସଂକ୍ରମଣ ଫେରୁଥିବାକୁ ଦୃଷ୍ଟିରେ ରଖି ରାଜଧାନୀବାସୀଙ୍କୁ ମାସ୍କ୍, ସାମାଜିକ ଦୂରତା ରକ୍ଷା କରିବା ପାଇଁ ବିଏମସି କମିସନର ପରାମର୍ଶ ଦେଇଛନ୍ତି। ଏହାଛଡ଼ା ଲୋକଙ୍କୁ ସଚେତନ କରିବା ପାଇଁ ପାଞ୍ଚଟି ସ୍କୁଆଡ ଗଠନ କରାଯାଇଛି।

ସଂକ୍ରମଣରୁ କିପରି ରକ୍ଷା ପାଇ ହେବ ସେଥିପାଇଁ ବଜାର, ସପିଂ ମଲ୍ ମନ୍ଦିର ନିକଟରେ ସକାଳେ ଓ ସନ୍ଧ୍ୟାରେ ମାଇକ ଯୋଗେ ପ୍ରଚାର କରାଯାଉଛି । କୋଭିଡ୍ ସଚେତକଙ୍କୁ ପୁଣି ଆଲର୍ଟ କରାଯାଇଛି। ଏଥିସହିତ ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି ।

କମିସନରେଟ ପୁଲିସ ପକ୍ଷରୁ ମଧ୍ୟ ଅଲଗା ସ୍କୁଆଡ ଗଠନ କରାଯାଇଛି। ସେପଟେ ଆଇ ଆର୍ ସି ଭିଲେଜ୍ ହାଇସ୍କୁଲରେ ଜଣେ ଶିକ୍ଷକ ପଜିଟିଭି ଚିହ୍ନଟ ହେବାପରେ ସ୍କୁଲକୁ ଦୁଇ ଦିନ ଯାଏ ବନ୍ଦ କରାଯାଇଛି । ଯଦି କୌଣସି ଛାତ୍ରଛାତ୍ରୀ କିମ୍ବା ସହ ଶିକ୍ଷକଙ୍କ ଠାରେ କୌଣସି ଫ୍ଲୁ ଲକ୍ଷଣ ଦେଖାଯାଏ ତେବେ ସେମାନଙ୍କ କୋବିଡ୍ ପରୀକ୍ଷା କରାଯିବ। ତେବେ ବର୍ତ୍ତମାନ ପରିସ୍ଥିତି ଉପରେ ବିଏମସି ପକ୍ଷରୁ କଡ଼ା ନଜର ରଖାଯାଇଛି ବୋଲି ବିଏମସି କମିସନର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର