ଆଜି ରାଜଧାନୀରୁ ୧୭୧ ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୧୭୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେହିପରି ୨୬୨ ଜଣ ସୁସ୍ଥ ହୋଇଛନ୍ତି | ୧୭୧ ଜଣ ପଜିଟିଭଙ୍କ ମଧ୍ୟରୁ ୧୨୮ ସ୍ଥାନୀୟ କେସ ହୋଇଥିବାବେଳେ ୪୩ ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି |


ସ୍ଥାନୀୟ କେସ ମଧ୍ୟରୁ ଆଚାର୍ଯ୍ୟ ବିହାରରୁ ୨ ଜଣ, ଅଶୋକ ନଗରରୁ ୨ ଜଣ, ବଡ଼ଗଡ଼ରୁ ୨ ଜଣ, ବରମୁଣ୍ଡାରୁ ୩ ଜଣ, ଚନ୍ଦ୍ରଶେଖରପୁରରୁ ୭ ଜଣ, କଳିଙ୍ଗ ନଗରରୁ ୩ ଜଣ, ଖଣ୍ଡଗିରିରୁ ୭ ଜଣ, ଲକ୍ଷ୍ମୀସାଗରରୁ ୪ ଜଣ, ନୟାପଲ୍ଲୀ ଅଂଚଳରୁ ୯ ଜଣ ଚିହ୍ନଟ ହୋଇଛନ୍ତି | ସେହିପରି ପଟିଆ ଅଂଚଳରୁ ୧୦ ଜଣ, ରସୁଲଗଡ଼ ଅଂଚଳରୁ ୯ ଜଣ, ସତ୍ୟ ନଗରରୁ ୩ ଜଣ, ଶହିଦନଗରରୁ ୫ ଜଣ ଚିହ୍ନଟ ହୋଇଛନ୍ତି |

ସମ୍ବନ୍ଧିତ ଖବର