ହୃଦଘାତରେ ବିବାହିତ ଯୁବକଙ୍କ ମୃତ୍ୟୁ, ମୁଖାଗ୍ନି ଦେଲା ୯ ବର୍ଷର ପୁଅ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଳପଦର ପଞ୍ଚାୟତ ଅମରପାଲି ଗ୍ରାମର ନରେନ୍ଦ୍ର ସାହୁ (୩୮)ଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁସାରେ ନରେନ୍ଦ୍ର ସମ୍ବଲପୁର ଏକ କ୍ରସର କମ୍ପାନିରେ ମେନେଜର ଭାବରେ କାର୍ଯ୍ୟ କରିଥିଲେ । ଲକଡାଉନ ଯୋଗୁଁ ତାଙ୍କୁ ଛୁଟିରେ ଯିବା ପାଇଁ ମାଲିକ କହିବାରୁ ନିଜ ଗ୍ରାମକୁ ଫେରି ଆସିଥିଲେ । ସୋମବାର ଛାତିରେ ଜନ୍ତ୍ରଣା ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା । ଆଜି ଦିନ ୧୩.୩୦ରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତକ ନରେନ୍ଦ୍ର ବିବାହିତ। ତାଙ୍କର ସ୍ତ୍ରୀ ସୁଷମା ଓ ୯ ବର୍ଷର ପୁଅ ଗୁଗଲଙ୍କୁ ସେ ପଛରେ ଛାଡ଼ି ଯାଇଛନ୍ତି । ଆଜି ତାଙ୍କର ଅନ୍ତିମ ସଂସ୍କାର ଅମରପାଲି ଠାରେ କରାଯାଇଥିଲା। ପୁଅମୁଖାଗ୍ନି ଦେଇଥିଲେ । ସ୍ବର୍ଗତ ସାହୁ ଅମରପାଲି ଫ୍ରେଣ୍ଡସ୍ କ୍ଳବର ଜଣେ ସକ୍ରିୟ ସଦସ୍ୟ ଥିଲେ ।

ସମ୍ବନ୍ଧିତ ଖବର