ପୁରୀ: ଗତକାଲି ବିଳମ୍ବିତ ରାତିରେ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ରୋଡ୍ର ଚିକିନା ଓଭର ବିଜ୍ ନିକଟରେଏକ ବିଏମ୍ଡବ୍ଲ୍ୟୁ କାର ଦୃତଗତିରେ ଯାଇ ଗଛରେ ପିଟି ହୋଇଯିବା ଫଳରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିିଥିବା ବେଳେ କାରରେ ଥିବା ଜଣେ ଯୁବତୀଙ୍କ ସହିତ ମୋଟ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗ୍ୟାସ କଟର ସାହାଯ୍ୟରେ କାରକୁ କାଟି ଆହତମାନଙ୍କୁ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
/sambad/media/post_attachments/wp-content/uploads/2018/01/puri-1-1-300x161.jpg)
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଡିଏଲ୯ସି କ୍ୟୁ ୫୮୭୮ ନମ୍ବର ବିଶିଷ୍ଟ ବିଏମ୍ ଡବ୍ଲ୍ୟୁ କାରରେ ଭୁବନେଶ୍ୱର ଅଞ୍ଚଳର ନନ୍ଦକିଶୋର ମହାପାତ୍ର(୨୯ ବର୍ଷ), କଲ୍ୟାଣ କେଶରୀ ସାମନ୍ତରାୟ, ସୁମନ ପାତ୍ର (୨୬) ଓ ସୋନାଲି ବେହେରା ଓରଫ ସିପ୍ରା(୨୧) ନାମକ ୪ ଜଣ କୋଣାର୍କ ଅଭିମୁଖେ ଯାଉଥିବା ବେଳେ ରାତି ପ୍ରାୟ ସାଢ଼େ ୩ଟା ବେଳେ କାରଟି ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ନନ୍ଦକିଶୋର ମହାପାତ୍ରଙ୍କ ମତ୍ୟୁ ଘଟିଥିବା ବେଳେ ସୋନାଲି, କକ୍ୟାଣକେଶରୀ ଓ ସୁମନ ଗୁରୁତର ଅବସ୍ଥାରେ କାର ଭିତରେ ଚାପି ହୋଇ ରହି ଯାଇଥିିଲେ। ଦୁର୍ଘଟଣା ଏତେ ଯୋରରେ ହୋଇଥିଲା ଯେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଥିବା ସମସ୍ତ ସେଫ୍ଟି ବେଲୁନ୍ ଫାଟି ଯାଇଥିଲା ଓ ଗାଡ଼ିର ଆଗ ଚକ ଯାଇ ପଛ ଚକରେ ଲାଗି ଯାଇଥିଲା। ଖବରପାଇ କୋଣାର୍କ ଓ ପୁରୀରୁ ଦମକଳ ବାହିନୀ ପହଞ୍ଚି ଗ୍ୟାସ କଟର ଯୋଗେ ଗାଡ଼ିକୁ କାଟି ମୃତାହତମାନଙ୍କୁ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/puri-8.jpg)