ବୁଢ଼ାବଳଙ୍ଗରେ ବୁଡ଼ିଲା ଡଙ୍ଗା, ଅନେକ ଯାତ୍ରୀ ନିଖୋଜ ସୂଚନା

ରେମୁଣା/ଭୁବନେଶ୍ୱର: ବୁଢ଼ାବଳଙ୍ଗରେ କିଛି ଯାତ୍ରୀ ନଦୀ ପାର ହେଉଥିବା ବେଳେ ରବିବାର ଡଙ୍ଗା ବୁଡ଼ିଛି। ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକର ନିଜାମପୁର ହଳଦିଆ ଘାଟରେ ଆଜି ସନ୍ଧ୍ୟାରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ ଡଙ୍ଗାରେ ୨୫ରୁ ଉର୍ଦ୍ଧ୍ୱ ଯାତ୍ରୀ ନଦୀ ଆରପାରିକୁ ଯାଉଥିଲେ। ଭାରସାମ୍ୟ ହରାଇ ଡଙ୍ଗା ଓଲଟି ପଡ଼ିଥବାର ଅନୁମାନ କରାଯାଉଛି। ହଳଦିଆ ଘାଟ ଠାରୁ ଅଳ୍ପ ଦୂରରେ ଡଙ୍ଗା ବୁଡ଼ିଥିବାରୁ କିଛି ଯାତ୍ରୀ ପହଁରି କୂଳକୁ ଫେରି ଆସିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇପାରି ନାହିଁ। ଅନ୍ଧାର ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ଅସୁବିଧା ହୋଇଛି।

ସୂଚନାଯୋଗ୍ୟ ବ୍ରାହ୍ମଣୀ ନଦୀରେ ଶନିବାର ଡଙ୍ଗା ବୁଡ଼ିଯିବାରୁ ୪ ଜଣ ଲୋକ ନିଖୋଜ ହୋଇଥିଲେ। ମଝି ନଦୀରେ ଡଙ୍ଗା ବୁଡ଼ିଯାଇଥିଲା। ୫ ଜଣ ଲୋକ ପହଁରି କୁନ୍ଦନଦେଇପୁର କୂଳକୁ ପହଞ୍ଚିଥିଲେ। ଢେଙ୍କାନାଳ ଜିଲ୍ଲାର ପର୍ଜଙ୍ଗ ବ୍ଲକର ମୋଟଙ୍ଗା ଥାନା ଖଡ଼ଗାପ୍ରସାଦ ଗାଁ ନିକଟ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରେ ଶନିବାର ସନ୍ଧ୍ୟାରେ ୯ ଜଣ ନଦୀ ପାର ହେଉଥିଲେ। ନଦୀର ଜଳସ୍ରୋତ ଖୀପ୍ର ଥିବାରୁ ଡଙ୍ଗାଟି ବୁଡ଼ିଯାଇଥିଲା।

ସମ୍ବନ୍ଧିତ ଖବର