ଶାବେରୀ ନଦୀରେ ଡଙ୍ଗାବୁଡି ଘଟଣା: ୩ ନିଖୋଜଙ୍କ ମଧ୍ୟରୁ ୨ଭଉଣୀ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ପଡ଼ିଆ ବ୍ଲକ୍‌ ଅନ୍ତର୍ଗତ ନିଲିଗୁଡ଼ା ସ୍ଥିତ ଶାବେରୀ ନଦୀରେ ଗତକାଲି ଏକ ଡଙ୍ଗା ବୁଡ଼ି ଯିବାରୁ ୩ ଜଣ ନିଖୋଜ ହୋଇଯାଇଥିଲେ। ରବିବାର ନିଲିଗୁଡ଼ା ଘାଟର କିଛି ଦୂରରେ ୨ଭଉଣୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟଜଣେ ଏବେ ବି ନିଖୋଜ ରହିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ମାଟେରୁ ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରଗୁଡ଼ା ଗ୍ରାମର ରାଜା କବାସିଙ୍କ ଦୁଇ ଝିଅ ଓ ଜଣେ ଯୁବକ ଅପରାହ୍ନରେ କୌଣସି କାମରେ ଡଙ୍ଗା ମାଧ୍ୟମରେ ଶାବେରୀ ନଦୀ ପାରି ହେଉଥିଲେ। ତେବେ କିଛି ସମୟ ପରେ ଡଙ୍ଗାଟି ଭାରସାମ୍ୟ ହରାଇ ମଝି ନଦୀରେ ବୁଡ଼ିଯାଇଥିଲା।

ଏହି ଡଙ୍ଗା ବୁଡି ଯିବା ହେତୁ ନଦୀ ଭିତରେ ୩ ଜଣ ନିଖୋଜ ହୋଇ ଯାଇଥିଲେ। ଏହି ଅଘଟଣ ସମ୍ପର୍କରେ ଖବର ପାଇ ବିଳମ୍ବିତ ରାତିରେ ଅଗ୍ନିଶମ ବିଭାଗ, ପୁଲିସ ଓ ପ୍ରଶାସନ ପକ୍ଷରୁ ୩ ନିଖୋଜଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରାଯାଇଥିଲା।

ମାତ୍ର ରାତି ଅନ୍ଧରା ଭିତରେ ଉଦ୍ଧାର କାର୍ଯ୍ୟ ସଠିକ୍‌ ଭାବେ ହୋଇ ପାରି ନଥିଲା। ଆଜି ନିଲିଗୁଡ଼ା ଘାଟର କିଛି ଦୂରରେ ୨ଭଉଣୀଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ନିଖୋଜଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସମ୍ବନ୍ଧିତ ଖବର