Sambad
ଅସ୍ତରଙ୍ଗ: ଯାନ୍ତ୍ରିକ ତ୍ରୁଟି ଯୋଗୁ ମୁହାଣ ନିକଟରେ ଏକ ମାଛଧରା ବୋଟ୍ ବୁଡିଯାଇଥିଲା। ସୂଚନା ପାଇ ଡ୍ରାଇଭର ସମେତ ୫ ଜଣ କର୍ମଚାରୀଙ୍କୁ ରାତି ୨ଟାରେ ଉଦ୍ଧାର କରିବା ପରେ ଆଜି ସକାଳେ ଅନ୍ୟ ବୋଟ୍ରେ ଆସି ନୂଆଗଡ ଜେଟିରେ ପହଞ୍ଚିଥିଲେ। ସୂଚନା ମୁତାବକ, ପୁରୀ ଜିଲ୍ଲା ଅସ୍ତରଙ୍ଗ-୩ ନାମକ ଏକ ବୋଟ୍ ଦେବୀ ମୁହାଣ ଦେଇ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବାବେଳେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଟକି ଥିଲା। ପାଣି ଢେଉକୁ ଠେଲି ଆଗକୁ ଅତିକ୍ରମ କରିବାକୁ ବୋଟ୍ରେ ଲାଗିଥିବା ପଙ୍ଖା ଭାଙ୍ଗି ଛିଟିକି ପଡିବାରୁ ବୋଟ୍ର କିଛି ଅଂଶ ଭାଙ୍ଗି ଭିତରେ ପାଣି ପଶି ବୋଟ୍ ବୁଡିବା ଆରମ୍ଭ କରିଥିଲା।
ବୋଟ୍ ମାଲିକ ରବୀନ୍ଦ୍ର ପ୍ରଧାନ ନିଜେ ଡ୍ରାଇଭର ଥିବାବେଳେ ଘଟଣା ସମ୍ପର୍କରେ ସୂଚନା ଦେବାରୁ ଶ୍ରୀ ଗଣେଶ ନାମକ ଏକ ବୋଟ୍ ପହଞ୍ଚି ସୁରକ୍ଷିତ ଅବସ୍ଥାରେ ସମସ୍ତ କର୍ମଚାରୀଙ୍କୁ ରାତି ୨ଟା ୧୫ରେ ଉଦ୍ଧାର କରି ସକାଳୁ ସାମୁଦ୍ରିକ ଜେଟିରେ ଛାଡିଛି। ଏଥିରେ ବୋଟ୍ ମାଲିକ ଶ୍ରୀ ପ୍ରଧାନଙ୍କ ଲକ୍ଷାଧିକ ଟଙ୍କାର କ୍ଷତି ସହିବା ସମେତ ବୋଟ୍ରେ ଥିବା ୫ ଜଣ କର୍ମଚାରୀ ନିରାପଦରେ ଘରକୁ ଫେରିଥିବା ସୂଚନା ରହିଛି।
Follow Us