ଐତିହାସିକ ପୋତାଗଡ଼ରେ ହେବ ନୌ-ବିହାର ବ୍ୟବସ୍ଥା 

ଅନୁଧ୍ୟାନ କଲେ ରାଜ୍ୟ ପର୍ଯ୍ୟଟନ ସଚିବ

ଗଞ୍ଜାମ : ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଲ ଦେବ ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ ପର୍ଯ୍ୟଟନ ସ୍ଥଳୀର ପୁନରୁଦ୍ଧାର ଓ ଉନ୍ନତୀକରଣ ଅଗ୍ରଗତି ସମୀକ୍ଷା କରିବା ସହ ଏହାର ଅନୁଧ୍ୟାନ କରିଛନ୍ତି। କୋଭିଡ଼୍‌ କଟକଣା ଯୋଗୁଁ ପୁନରୁଦ୍ଧାର କାର୍ଯ୍ୟ ବନ୍ଦ ଥିବା ବେଳେ, ବର୍ତ୍ତମାନ ସରକାର କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେବା ପରେ ଆଜି ପର୍ଯ୍ୟଟନ ସଚିବ ପୋତାଗଡ଼ର କାର୍ଯ୍ୟାବଳୀ ଅଗ୍ରଗତି ଅନୁଧ୍ୟାନ କରିଛନ୍ତି।

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ଉପରେ ଆଲୋକପାତ କରିବା ସହ ଏହାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ନେଇ ସୂଚନା ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ପୋତାଗଡ଼ ମୁଖ୍ୟ ଫାଟକ, ଋଷିକୁଲ୍ୟା ନଦୀରୁ ଟନେଲ୍‌ ଯୋଗେ ପାଣି ଅଣାଯାଇ ନୌକା ବିହାର ବ୍ୟବସ୍ଥା, ପର୍ଯ୍ୟାୟ କ୍ରମେ ବୋଟିଂ କ୍ଳବ୍‌, ଫୁଡ୍‌ ପ୍ଲାଜା ଆଦି ନିର୍ମାଣ କରାଯିବା ଉପରେ ଗୁରୁତ୍ୱ ଆରୋପ କରା ଯାଇଥିଲା। ସଚିବଙ୍କ ଏହି ଗସ୍ତ ସମୟରେ ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ବିଡିଓ ବିଶ୍ୱଜିତ ରାୟ, ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ଓ ଗଞ୍ଜାମ ଏନ୍ଏ‌ସି କାର୍ଯ୍ୟନିର୍ବାହୀ ଅଧିକାରୀ ରୋନିତ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଗଞ୍ଜାମ ଏନ୍ଏ‌ସି କାର୍ଯ୍ୟନିର୍ବାହୀ ଅଧିକାରୀ ରୋନିତ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋତାଗଡ଼ ସଫେଇ କାର୍ଯ୍ୟ ଚାଲିଥିବା ବେଳେ, ବିଭଗୀୟ ଅଧିକାରୀମାନେ ଖୁସି ବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର