ଜୟପୁର : ଗତ କାଲି ରାତିରେ ସ୍ଥାନୀୟ ବିକ୍ରମ ଦେବ ଷ୍ଟାଡିୟମ ଠାରେ ଜିଲ୍ଲା ବଡ଼ି ବିଲଡରସ୍ ଆସୋସିଏସନ୍ ପକ୍ଷରୁ ଷ୍ଠାଲିନ୍ ଜିମ୍ ଅନୁକୁଲ୍ୟରେ ମିଷ୍ଟର ଜୟପୁର ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଅକ୍ଷୟ କୁମାର ସାହୁ ମିଷ୍ଠର ଜୟପୁର ହୋଇଥିଲେ। ସେଭଳି ୨ୟ ସ୍ଥାନରେ ସହଦେବ ନାୟକ, ଓ ତୃତୀୟ ସ୍ଥାନରେ ଦେବ ମାଝୀ ପୁରସ୍କୃତ ହୋଇଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ଏନଏସି ଅଧ୍ୟକ୍ଷ ଭଗବାନ ବାହିନୀପତି , ସମ୍ମାନୀତ ଅତିଥି ଭାବେ ରାଷ୍ଟ୍ରୀୟ ଭାରତ୍ତୋଳକ ପ୍ରବୀଣା ଖରା ଯୋଗ ଦେଇ କୃତୀ ପ୍ରତିଯୋଗିଙ୍କୁ ପୁରସ୍କୃତ କରିଥିଲେ। ଏଥିରେ ବିଚାରକ ଭାବେ ରାଜ୍ୟ ବଡ଼ି ବିଲଡରସ୍ ଆସୋସିଏସନର ସଂପାଦକ ଜି.ସଂଜୀବ କୁମାର, ରାଜ୍ୟ ବିଚାରକ ରାଜେନ୍ଦ୍ର ସାହୁ, ବାବୁ ଗୌଡ଼, ଜୟରାମ ତୁରୁକ, ଅଜିତ ଖୋସ୍ଲା , ରାଜ୍ୟ ମାର୍ଶଲ ରାଜେଶ ଯାଦବ ଯୋଗ ଦେଇଥିଲେ। କୋରାପୁଟ ଜିଲ୍ଲା ବଡି ବିଲଡରସ୍ ଆସୋସିଏସନର ଉପଦେଷ୍ଟା ରଂଜିତ ପଟ୍ଟନାୟକ, ନୃସିଂହ ପଟ୍ଟନାୟକ, ସ୍ନିଗ୍ଧାରାଣୀ ମିଶ୍ର ଯୋଗ ଦେଇ କ୍ରୀଡାବିତଙ୍କୁ ଉତ୍ସାହିତ କରିଥିଲେ।
ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା: ଅକ୍ଷୟ ସାହୁ ହେଲେ ମିଷ୍ଟର ଜୟପୁର
/sambad/media/post_attachments/wp-content/uploads/2022/01/jpr-mr-jeypore-1.jpg)