ବାଲିଅନ୍ତା : ବାଲିଅନ୍ତା ଥାନା କୁଶଭଦ୍ରା ନଦୀରେ ମହିଳାଙ୍କ ମୃତଦେହ ଭାସୁଥିବା ସୂଚନା ହସ୍ତଗତ ହୋଇଛି । ଏହି ନଦୀ ଉପରେ ନିର୍ମିତ ଭିଙ୍ଗାରପୁର ବ୍ରିଜ ତଳେ ଆଜି ସକାଳୁ ସ୍ଥାନୀୟ ଲୋକେ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ମୃତଦେହଟି ଜଣେ ମହିଳାଙ୍କର ବୋଲି ସ୍ପଷ୍ଟ ହୋଇଛି । ଘଟଣାସ୍ଥଳରେ ବାଲିଅନ୍ତା ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଛି । କେଉଁ ପରିସ୍ଥିତିରେ ମହିଳାଙ୍କ ମୃତ୍ୟୁ ହେଲା ସେସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ । ମୃତ ମହିଳାଙ୍କ ପରିଚୟ ମଧ୍ୟ ମିଳି ନାହିଁ । ଏହା ଏକ ହତ୍ୟାକାଣ୍ଡ ବୋଲି ଆଲୋଚନା ହେଉଛି ।
/sambad/media/post_attachments/wp-content/uploads/2020/10/WhatsApp-Image-2020-10-31-at-07.22.40-768x1024.jpeg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/river-bridge.jpg)