ଭୁବନେଶ୍ୱର/ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ରେତଙ୍ଗ କଲୋନି- କୁଶୁମାଟି ରାସ୍ତା କଡ଼ରେ ପଡ଼ିଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ କରିଛି ପୁଲିସ। ମୃତ ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ି ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ରେତଙ୍ଗ କଲୋନି ଶେଷ ଭାଗରେ ଥିବାଏକ ଡ୍ରେନ୍ରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ନେଇ ଚର୍ଚ୍ଚା ହୋଇଥିିଳା। ଖବର ପାଇ ଲୋକେ ସେଠାରେ ରୁଣ୍ଡ ହୋଇଯାଇଥିଲେ ଓ ପୁଲିସକୁ ଖବର ଦିଆଯାଇଥିଲା।ମୃତ ଯୁବକ ଜଣକ ହାପ୍ ପ୍ୟାଣ୍ଟ ପିନ୍ଧିଥିବା ବେଳେ ଏକ ଲାଲ ରଙ୍ଗର ହାତକଟା ଗଞ୍ଜି ପିନ୍ଧିିଛନ୍ତି। ସେ ତଳକୁ ମୁହଁ ମାଡ଼ି ପଡ଼ିଥିବା ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ତେବେ ଯୁବକ ଜଣକ ଶ୍ରମିକ ଶ୍ରେଣୀର ହୋଇଥିବା ଅନୁମାନ କରାଯାଉଥିବା ବେଳେ ସେ ସ୍ଥାନୀୟ ଅଞ୍ଚଳର ନୁହଁନ୍ତି ବୋଲି ପୁଲିସ ଅନୁମାନ କରୁଛି। ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଯାଇଛି।
ଜଟଣୀ: ରାସ୍ତାକଡ଼ରୁ ମୃତଦେହ ଜବତ
/sambad/media/post_attachments/wp-content/uploads/2018/04/Deadbody-Sized_Jatani_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)