ନିରାକାରପୁର(ଖୋର୍ଦ୍ଧା): ଖୋର୍ଦ୍ଧା ଜିଲ୍ଲା ମଲାଗୁଣି ନଦୀ ବ୍ୟାରେଜରୁ ଆଜି ସକାଳେ ଜଣେ ଅଜଣା ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ସମ୍ଭବତ ତାଙ୍କୁ ହତ୍ୟା କରାଯାଇ ସେଠାରେ ଫିଙ୍ଗ ିଦିଆଯାଇଥିବା ଆଶଙ୍କା କରାଯାଉଛି। ଖବର ପାଇ ଟାଙ୍ଗୀ ଦମକଳ ବାହିନୀ ମୃତଦେହ ଉଦ୍ଧାର କରିଥିବା ବେଳେ ନିରାକାରପୁର ପୁଲିସ ଘଟଣାର ତଦନ୍ତ ଚଳାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ମଲାଗୁଣୀ ନଦୀର ରାମେଶ୍ୱର ବ୍ୟାରେଜ୍ରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁ ଥିବାର ଦୂରରୁ ଲୋକେ ଦେଖିଥିଲେ। ପ୍ରଥମେ ଏହାକୁ କୌଣସି ମୂର୍ତ୍ତି ବସର୍ଜନ ପରେ ଭାସୁଥିବା ଭାବି ଲୋକେ ଚୁପ୍ ରହିଥିେଲେ। ତେବେ ପାଖକୁ ଯାଇ ଏଥିରୁ ଦୁର୍ଗନ୍ଧ ବାହାରୁଥିବା ଜଣାପଡ଼ିବା ପରେ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଟାଙ୍ଗୀ ଦମକଳ କେନ୍ଦ୍ର ସହାୟତାରେ ମୃତଦେହକୁ ଗଭୀର ପାଣିରୁ ଉଦ୍ଧାର କରିଛି । ମୃତବ୍ୟକ୍ତି ଜଣକ ଏକ ହାତ କଟା ଗଞ୍ଜି ଓ ଲୁଙ୍ଗି ପିନ୍ଧିଥିବା ବେଳେ ତାଙ୍କର ବୟସ ୫୦ ବର୍ଷରୁ ୬୦ ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଉଛି। ତେବେ ସେ ଜଣେ ଟ୍ରକ୍ ଡ୍ରାଇଭର ହୋଇପାରନ୍ତି ଓ ତାଙ୍କୁ ହତ୍ୟା କରି ଏଠାରେ ଫିଙ୍ଗି ଦିଆଯାଇଥିିବା ନେଇ ଚର୍ଚ୍ଚା ହେଉଛିି।