ସମ୍ବଲପୁର: ଯୁବକଙ୍କ ତଣ୍ଟି କାଟି ହତ୍ୟା

ସମ୍ବଲପୁର: ଆଜି ସକାଳେ ସମ୍ବଲପୁର ଜିଲ୍ଲା ହୀରାକୁଦ ଥାନା ଅନ୍ତର୍ଗତ ସିଲପଥର ଗାଁ ନିକଟରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ଯୁବକଙ୍କ ତଣ୍ଟିକୁ ଅତି ବୀଭତ୍ସଭାବେ କାଟି ହତ୍ୟା କରାଯାଇଛିି। ସମ୍ଭବତଃ ଗତକାଲି ରାତିରେ ସଂଘବଦ୍ଧ ଭାବେ କେତେକ ଦୁର୍ବୃତ୍ତ ଯୁବକଙ୍କୁ ହତ୍ୟା କରି ପଡ଼ିଆରେ ଫିଙ୍ଗି ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ହୀରାକୁଦ ଥାନା ଅନ୍ତର୍ଗତ ଲରପଙ୍କ ହରିଜନ ପଡ଼ାର ରାମ ଲୁହା(୨୩ ବର୍ଷ) ନାମକ ଜଣେ ଯୁବକଙ୍କର ଗତକାଲି ଠାରୁ କୌଣସି ପତ୍ତା ନ ଥିଲା। ଆଜି ସକାଳେ ତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଘର ଠାରୁ ପ୍ରାୟ ୧ କିଲୋମିଟର ଦୂରରେ ପଡ଼ିଥିବା ଦେଖିବାକୁ ମିଳିଥିଳା। କୌଣସି ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟିକୁ କାଟି ହତ୍ୟା କରାଯାଇଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ ଗତ ଶୀତଳ ଷଷ୍ଠୀ ଯାତ୍ରା ପରଠାରୁ ସମ୍ବଲପୁର ଓ ହୀରାକୁଦ ଅଞ୍ଚଳରେଏହା ହେଉଛିି ତୃତୀୟ ହତ୍ୟାକାଣ୍ଡ। ଶୀତଳ ଷଷ୍ଠୀ ଯାତ୍ରା ପରଦିନ ଜଣେ ଯୁବକଙ୍କୁ ଭୁଜାଲିରେ ହାଣି ଓ ମୁଣ୍ଡକୁ ପଥରରେ ଛେଚି କେତେକ ଯୁବକ ହତ୍ୟା କରିଥିଲେ। ସୋନପୁରର ବିଶ୍ୱଜିତ ନାୟକ ନାମକ ଏହି ଯୁବକଙ୍କ ହତ୍ୟାକାରୀଙ୍କୁ ଏ ପର୍ଯ୍ୟନ୍ତ ପୁଲିସ ଧରି ପାରି ନାହିଁ। ସେହିପରି ଗଙ୍ଗାଧର ମେହର କଲେଜ ସମ୍ମୁଖରେ ଜଣେ ଯୁବକଙ୍କୁୁ ହତ୍ୟା କରାଯାଇଥିିଲା।ସେହି ଘଟଣାରେ ପୁଲିସ ୭ ଜଣଙ୍କୁ ଗିରଫ କରିଛି। ।

ସମ୍ବନ୍ଧିତ ଖବର