ଝାରସୁଗୁଡ଼ା:ଆଜି ସକାଳେ ଝାରସୁଗୁଡ଼ା ନିକଟସ୍ଥ ବେହେରାମାଳ ରେଲବାଇ ଓଭର ତଳୁ ରେଲେଓ୍ଵ ଟ୍ରାକ୍ରେ ଏକ ୨ ବର୍ଷ ଶିଶୁର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛିି। କୌଣସି ଟ୍ରେନ୍ରୁ ସେ ଖସିପଡ଼ିଥିବା ଆଶଙ୍କା କରାଯାଉଛି। ଖବର ପାଇ ଜିଆରପିି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ବେହେରାମାଳ ରେଲଓ୍ଵ ଓଭରବ୍ରିିଜ୍ ତଳେ କଳା ଫୁଲପକା ହାପ୍ପ୍ୟାଣ୍ଟ ଓ ହଳିଦିଆ ହାପ୍ ସାର୍ଟ ପିନ୍ଧିିଥିବା ଏକ ଦୁଇବର୍ଷରୁ ଅଢ଼େଇ ବର୍ଷ ବୟସର ଏକ ଶିଶୁର ମୃତଦେହ ପଡ଼ିଥିବା କିଛି ଲୋକ ଦେଖିଥିଲେ। ଶିଶୁଟିର ଡାହାଣ ହାତ କଟି ଯାଇଥିବା ବେଳେ ସେ ମୁହଁ ତଳକୁ ମାଡ଼ି ପଡ଼ିଥିବା ଅବସ୍ଥାରେ ଲୋକେ ଦେଖି ଜିଆରପି ପୁଲିସକୁ ଖବର ଦେଇଥିଲେ। ତେବେ ଶିଶୁଟି କୌଣସି ଟ୍ରେନ୍ରୁ ଖସିପଡ଼ିଥିବା ଜିଆରପି ପୁଲିସ ଆଶଙ୍କା କରୁଛି। ହୁଏତ କୌଣସି ଏକ୍ସପ୍ରେସ ଟ୍ରେନ୍ର ଦୁଇ ବଗି ସଂଯୁକ୍ତ ହୋଇଥିବା ସ୍ଥାନରେ ଥିବା ଫାଙ୍କାରେ ଶିଶୁପୁତ୍ରଟି ପରିବାର ଲୋକଙ୍କ ଅଜାଣତରେ ଖସିପଡ଼ିଛି କିମ୍ବା କେହି ଶିଶୁ ପୁତ୍ରଟିକୁ ଫିଙ୍ଗି ଦେଇ ଥାଇ ପାରେ ବୋଲି ଚର୍ଚ୍ଚା ହେଉଛି। କାରଣ ଏ ପର୍ଯ୍ୟନ୍ତ ଶିଶୁପୁତ୍ରର ନିଖୋଜ ସମ୍ପର୍କରେ ନିକଟସ୍ଥ କୌଣସି ଷ୍ଟେସନରେ ମାମଲା ରୁଜୁ ହୋଇ ନାହିଁ। ତେବେ ଘଟଣାର ତଦନ୍ତ କରୁଥିବା ଜିଆରପି ପୁଲିସ ଗତକାଲି ସନ୍ଧ୍ୟାରୁ ଆଜି ମୃତଦେହ ମିଳିବା ଭିତରେ ସେହି ଟ୍ରାକରେ ଯାଇଥିବା ସମସ୍ତ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନର ଡ୍ରାଇଭରଙ୍କୁ ଏ ସମ୍ପର୍କରେ ଅବଗତ କରି ମୃତ ଶିଶୁଙ୍କ ସମ୍ପର୍କରେ ତଥ୍ୟ ସଂଗହ କରୁଛି।
ଝାରସୁଗୁଡ଼ା: ରେଲେଓ୍ଵ ଟ୍ରାକରୁ ମିଳିଲା ଦୁଇ ବର୍ଷ ଶିଶୁ ପୁତ୍ରର ମୃତଦେହ
/sambad/media/post_attachments/wp-content/uploads/2018/06/Child-Deadbody_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)