ସୁନ୍ଦରଗଡ଼: ୮ ବର୍ଷର ନାବାଳକଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ କନିକା ଗାଁରେ ଜଣେ ୮ ବର୍ଷୀୟ ନାବଳକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନିଜ ମାମୁଁ ଘରେ ରହୁଥିବା ସଲିମ ନାମକ ଏହି ନାବଳକ ଜଣକ ଗତକାଲି ଦିନ ୧ଟା ବେଳଠାରୁ ନିଖୋଜ ହୋଇ ଯାଇଥିଲେ। ଆଜି ସକାଳୁ ତାଙ୍କ ମୃତଦେହ ଖୋଳାଯାଉଥିବା ଏକ ପୋଖରିରୁ ଉଦ୍ଧାର କରାଯାଇଛି।
ଗତକାଲି ଦିନ ତମାମ ସେଠାରେ ଶ୍ରମିକମାନେ କାର୍ଯ୍ୟ କରୁଥିବା ବେଳେ ଅଳ୍ପ ପାଣିଥିବା ସେହି ପୋଖରିରେ ଜଣେ ପିଲା ବୁଡ଼ିଯିବା ସମ୍ଭବ ନୁହେଁ ବୋଲି କୁହାଯାଉଛି। ଅପରପକ୍ଷେ ଗତକାଲି ଏହି ପୋଖରିରେ ମଧ୍ୟ ଖୋଜାଖୋଜି କରାଯାଇଥିଲା। ମାତ୍ର ସେତେବେଳେ କିଛି ସୂଚନା ମିଳି ନ ଥିବା ବେଳେ ଆଜି ସକାଳୁ ସେଠାରୁ ସଲିମଙ୍କ ମୃତଦେହ ମିଳିବା ଓ ତାଙ୍କ ବେକରେ ହତ୍ୟା କରାଯାଇଥିବାର ଚିହ୍ନ ମିଳିବା ପରେ ଏହା ଏକ ହତ୍ୟାକାଣ୍ଡ ବେଲି ସ୍ପଷ୍ଟ ହୋଇଛି। ତେବେ ଏ ପର୍ଯ୍ୟନ୍ତ ଘରଲୋକେ ପୁଲିସକୁ ସୂଚନା ଦେଇ ନ ଥିବା ବେଳେ ପୁଲିସ ପରୋକ୍ଷରେ ସୂଚନର ପାଇ ଆସି ଗାଁରେ ପହଞ୍ଚିଛି।

ସମ୍ବନ୍ଧିତ ଖବର