କେନ୍ଦୁଝର: ଜଣ୍ଡିସ ରୋଗରେ ଆକ୍ରାନ୍ତେ ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ଜଣେ ଆଦିବାସୀ ଯୁବକ। ଗତକାଲି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଯୁବକଙ୍କର ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ତେବେ ମୃତଦେହକୁ ଘରକୁ ନେବା ପାଇଁ ପରିବାର ଲୋକଙ୍କୁ ମହାପ୍ରୟାଣ ଗାଡ଼ି ମିଳି ନ ଥିଲା। ଶେଷର ବାଧ୍ୟ ହୋଇ ପରିବାର ଲୋକେ ଏକ ଟ୍ରଲିରେ ମୃତଦେହ ଲଦି ଘରକୁ ନେଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ସମଗ୍ର କେନ୍ଦୁଝର ସହରରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ତୁରୁଙ୍ଗା ଥାନା ଅନ୍ତର୍ଗତ କେଣ୍ଡେଇପୋଷି ଗାଁର ସ୍ୱର୍ଗତ ପ୍ରଫୁଲ୍ଲ ନାୟକଙ୍କ ପୁଅ କାଳିଆ ନାୟକ(୧୮ ବର୍ଷ)ଙ୍କୁ ଗତ ୧୫ ଦିନ ହେବ ଜଣ୍ଡିସ ହୋଇଥିିଲା। ଗୁରୁତର ଅବସ୍ଥାରେ ଗତକାଲି ତାଙ୍କ ମାଆ ବାସନ୍ତୀ ନାୟକ କାଳଆଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ମୃତଦେହ ଗାଁକୁ ନେବାକୁ ମହାପ୍ରୟାଣ ଗାଡ଼ି ନ ମିଳିବାରୁ କାଳିଆଙ୍କ ସମ୍ପର୍କୀୟମାନେ ଏକ ଟ୍ରଲିରେ ତାଙ୍କ ମୃତଦେହକୁ ଧରି ଗାଁକୁ ଯାଇଛନ୍ତି।
କେନ୍ଦୁଝର: ମିଳିଲା ନାହିଁ ମହାପ୍ରୟାଣ ଗାଡ଼ି: ଆଦିବାସୀ ଯୁବକର ମୃତଦେହ ବୁହା ହେଲା ଟ୍ରଲିରେ
/sambad/media/post_attachments/wp-content/uploads/2018/09/file.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)