ବାରିପଦା: ଦୁଇ ଦିନ ତଳେ ନଦୀରେ ନିଖୋଜ ବାଳକର ମୃତଦେହ ଉଦ୍ଧାର

ବାରିପଦା:ଗତ ଦୁଇ ଦିନ ତଳେ ବନ୍ୟା ଦେଖିବାକୁ ଆସି ନଦୀରେ ଭାସି ଯାଇ ନିଖୋଜ ହୋଇଯାଇଥିିବା ଜଣେ ୧୨ ବର୍ଷ ବାଳକର ମୃତଦେହ ଆଜି ସକାଳେ ଜବତ କରଯାଇଛିି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ୨୧ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ଥର୍ଗତ ମହିଷାସୁରୀ ଗାଁର ରଥ ମାଝିଙ୍କ ୧୨ ବର୍ଷର ପୁଅ ବାପୁନ ମାଝି ସାଙ୍ଗମାନଙ୍କ ସହିତ ବନ୍ୟ ଦେଖିବାକୁଆସି ସୁନ ନଦୀରେ ଭାସିଯାଇଥିିଲେ। ଆଜି ସକାଳେ ବାପୁନଙ୍କ ମୃତଦେହ କପ୍ତିପଦା ଥାନା ଅନ୍ତର୍ଗତ ସୁଣ୍ଡୁଳ ଗ୍ରାମ ନିକଟରେ ନଦୀ କୂଳରେ ପଡ଼ିଥିବା କେତେକ ଗ୍ରାମବାସୀ ଦେଖି ପୁଲିସକୁ ଖବର ଦେଇଥିଲେ।। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସମ୍ବନ୍ଧିତ ଖବର