ବେତନଟୀ: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ବୈଶିଙ୍ଗା ଥାନା ଅନ୍ତର୍ଗତ ମେରଦା ପଞ୍ଚାୟତର ଡେଉଁଛପଦା ଗାଁର ବୟସ୍କ ଆଦାବସୀ ଦମ୍ପତ୍ତିଙ୍କ ଗଳିତ ମୃତଦେହ ତାଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି। ନିସନ୍ତାନ ଥିବାଏହି ଆଦିବାସୀ ଦମ୍ପତ୍ତିଙ୍କର ବିଷକ୍ରିୟାରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଘର ଭିତରୁ ଜବତ ହୋଇଥିବା ଦୁଇଟି ହାଣ୍ଡିଆ ପିଆ କଂସାରେ ବଳକା ଥିବା ହାଣ୍ଡିଆରେ ବିଷ ମିଶିଥିବା ସନ୍ଦେହ କରାଯାଉଛି। ତେଣୁ ସେମାନଙ୍କୁ କେହି ହାଣ୍ଡିଆରେ ବିଷ ମିଶାଇ ପିଇବାକୁ ଦେଇଛି କିମ୍ବା ସେମାନେ ନଜେ ହାଣ୍ଡିଆରେ ବିଷ ମିଶାଇ ପିଇଛନ୍ତି , ତାହା ସ୍ପଷ୍ଟ ହୋଇ ନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦୁଇଟି ଜବତ କରି ବ୍ୟବଛେଦ ପାଇଁ ଆଜି ସକାଳୁ ପଠାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଡେଉଁଛପଦା ଗାଁରର ସମାୟ ମୁର୍ମୁ(୬୫ ବର୍ଷ) ସୁନୀ ମୁର୍ମୁ(୬୦ ବର୍ଷ)। ସେମାନେ ନିସନ୍ତାନ। ସେମାନଙ୍କୁ ସରକାରୀ ଯୋଜନାରେ ମିଳିଥିବା ଏକ ପକ୍କା ଘରେ ସେମାନେ ରୁହନ୍ତି। ମାତ୍ର ଗତ ଦୁଇ ଦିନ ହେବ ସେମାନଙ୍କୁ କେହି ଦେଖି ନ ଥିଲେ। ଗତକାଲି ସନ୍ଧ୍ୟାରେ ସେମାନଙ୍କ ଘର ପାଖରୁ ଦୁର୍ଗନ୍ଧ ଆସିବାରୁ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବରପଶି ପୁଲିସ ଘଣଭିତରେ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଠାବ କରିଛି। ମୃତଦେହ ଦୁଇଟି ପଚିଯାଇଥିବାରୁ , ସେମାନେ ଦୁଇଦିନ ତଳୁ ମୃତ୍ୟୁବରଣ କରିଛନ୍ତିବୋଲଇ ପୁଲିସ ସନ୍ଦେହ କରୁଛି।ତେବେ ଏପରି ଅଚାନକ ମୃତ୍ୟୁ ପଛରେ ଏହି ନିସନ୍ତାନ ଦମ୍ପତ୍ତିଙ୍କ କିଛି ସମ୍ପର୍କୀୟଙ୍କ ହାତ ଥାଇପାରେ ବୋଲି ଚର୍ଚ୍ଚର୍ା ହେଉଛି।
ବେତନଟୀ: ଘର ଭିତରୁ ବୟସ୍କଦମ୍ପତିଙ୍କ ଗଳିତ ମୃତଦେହ ଉଦ୍ଧାର
/sambad/media/post_attachments/wp-content/uploads/2018/07/Old-Couple-Deadbody_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)