ଫୁଲବାଣୀ: ଅପହୃତ ଗାଁ ସାଥୀଙ୍କ ତଣ୍ଟିକାଟି ହତ୍ୟା କଲେ ମାଓବାଦୀ

ଫୁଲବାଣୀ: ଦୁଇଦିନ ତଳେ ମାଓବାଦୀମାନେ ଅପହରଣ କରି ନେଇଥିବା ଗାଁ ସାଥୀ ବସନ୍ତ କୁମାର ଭଟ୍ଟଙ୍କ ଗଳାକାଟି ହତ୍ୟା କରିଛନ୍ତି। ପୁଲିସ ଇନ୍‌ଫରମର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।
ପୁଲିସ ସୂତ୍ରରୁ ପ୍ରକାଶ ଗତ ୧୫ ତାରିଖ ରାତିରେ ପ୍ରାୟ ୨୦ରୁ ଊର୍ଧ୍ୱ ମାଓବାଦୀ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ଦୁର୍ଗାପଙ୍ଗା ଗ୍ରାମରେ ପଶି ଗାଁ ସାଥୀ ବସନ୍ତ କୁମାର ଭଟ୍ଟଙ୍କ ଘର କବାଟ ଭାଙ୍ଗି ତାଙ୍କୁ ଘର ଭିତରୁ ଟାଣି ଆାଣିଥିଲେ। ପରେ ଗାଁ ଲୋକଙ୍କ ସାମ୍‌ନାରେ ମାଓବାଦୀମାନେ ଶ୍ରୀ ଭଟ୍ଟଙ୍କୁ ଯୋର ଜବରଦସ୍ତ ଅପହରଣ କରି ନେଇଥିଲେ। ଆଜି ସକାଳୁ ଶ୍ରୀ ଭଟଙ୍କ ମୃତଦେହ ତଣ୍ଟିକଟା ଅବସ୍ଥାରେ କୋଟଗଡ଼ ନିକଟସ୍ଥ ସତାନାଳ ପାଖରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବରପାଇ କୋଟଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର