ଅନୁଗୁଳ: ପ୍ରେମ  ବିବାହର ୬ ଦିନ ନ ପୂରୁଣୁ  ନବବଧୁଙ୍କ  ମୁଣ୍ଡ ଗଣ୍ଡି ଅଲଗା ମୃତଦେହ ରେଳଲାଇନ୍‌ରୁ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଟାଉନ୍‌ ଥାନା ଅନ୍ତର୍ଗତ  ଜରାସିଂହା ଗ୍ରାମ ନିକଟରେ ଟ୍ରେନ୍‌ ଲାଇନ୍‌ରେ କଟି ଜଣେ ନବବଧୂଙ୍କର ମୃତ୍ୟୁ ଘଟିଛି। ନବ ବଧୂଜଣକ ହେଉଛନ୍ତି ହେମାନୀ ସାହୁ।  ଝରାସିଂହ ଗ୍ରାମର ସୁବର୍ଣ୍ଣ ସାହୁଙ୍କ ପୁଅ ଲୁଲୁ ସାହୁଙ୍କୁ ଗତ ଗୁରୁ ବାର ( ୭ ତାରିଖ) ଦିନ ହେମାନୀ ଏକ ମନ୍ଦିରରେ ପ୍ରେମ ବିବାହ କରିଥିଲେ।

କିଶୋରନଗର ଥାନା ଅନ୍ତର୍ଗତ  ବାଦିରନାଳି ଗାଁର ପ୍ରଦୀପ ସାହୁ ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ ହେମାନୀ ସାହୁ(୧୭ ବର୍ଷ)  ବଇଣ୍ଡା କଲେଜରେ ଯୁକ୍ତ ଦୁଇ ପଢ଼ନ୍ତି। ତେବେ ଜିନ୍ଦଲ କମ୍ପାନିରେ ଠିକାଦାରୀ କରୁଥିବା  ଲୁଲୁ  ହେମାନୀଙ୍କୁ  ପ୍ରଲୋଭିତ କରି ଭୁଲଶି ବିବାହ କରିବାକୁ ରାଜି କରାଇ ନେଇଥିଲେ। ଗତ ୩ ତାରିଖ ଦିନ ହେମାନୀଙ୍କୁ ବିବାହ କରିବା ନେଇ ଏକ ପ୍ରସ୍ତାବ ଧରି ଲୁଲୁ ବାଦିର ଗାଁ ଯାଇ ପ୍ରଦୀପ ସାହୁଙ୍କୁ ଭେଟିଥିଲେ। ମାତ୍ର ବିବାହ ପରେ ହେବ ବୋଲି କହି ପ୍ରଦୀପ ଲୁଲୁଙ୍କୁ ଫେରାଇ ଦେଇଥିଲେ। ମାତ୍ର ଗତ ମଙ୍ଗଳବାର ସନ୍ଧ୍ୟାରେ ଲୁଲୁ  ତାଙ୍କର ଜଣେ ବନ୍ଧୁୁଙ୍କୁ ନେଇ ଯୋର ଜବରଦସ୍ତ ହେମାନୀଙ୍କୁ ତାଙ୍କ ଘରୁ  ଉଠାଇ ଆଣିଥିଲେ। ପରେ ଏ ନେଇ ପରଦିନ ଉଭୟ ପକ୍ଷର ମଧ୍ୟସ୍ଥି ବସି ଘଟଣାର ଆପୋଷ ସମାଧାନ କରିଥିଷଳ। ଓ  ଉଭୟଙ୍କୁ ମନ୍ଦିରରେ ବିବାହ କରିବା ପାଇଁ ଉଭୟ ପକ୍ଷ ରାଜିି ହୋଇଥିଲେ। ଗତ ୭ ତାରିଖ  ଗୁରୁବାର ଦିନ ଏକ ମନ୍ଦିରରେ ଲୁଲୁ ହେମାନୀଙ୍କୁ ବିବାହ କରିଥିଲେ। ମାତ୍ର  ଶନିବାର ଦିନ ୫୦ ହଜାର ଟଙ୍କା ପାଇଁ ଲୁଲଙ୍କ ପରିବାର ହେମାନୀଙ୍କୁ  ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଗତକାଲି ରାତିରେ  ଲୁଲୁ ପ୍ରଦୀପଙ୍କୁ ଫୋନ କରି ଜଣାଇଥିଲେ ଯେ ତୁମ ଝିଅ କେଉଁଆଡେ ପଳାଇ ଯାଇଛି। ଆଜି ସକାଳୁ ହେମାନୀଙ୍କ  ଗଣ୍ଡିମୁଣ୍ଡ ଅଲଗା ହୋଇ ଟ୍ରେନ୍‌ ଲାଇନ୍‌ରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏ ନେଇ ପ୍ରଦୀପ ସାହୁ ଟାଉନ୍‌  ଥାନାରେ ତାଙ୍କୁ ଝିଅକୁ ଯୌତୁକ ନିର୍ଯାତନା ଦେଇ ମାରି ଦିଆଯାଇଥିବା  ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର