ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା କୁଞ୍ଜୁର ଗାଁ ନିକଟସ୍ଥ ଜଙ୍ଗଲରୁ ପୁଲିସ ଜଣେ ନବବିବାହିତା ଯୁବତୀଙ୍କ କ୍ଷତବିକ୍ଷତ ମୃତଦେହ ଜବତ କରିଛି। ମୃତ ଯୁବତୀ ଜଣକ ହେଉଛନ୍ତି କୁଞ୍ଜୁରୀ ଗ୍ରାମର ସଙ୍ଗୀତା କୁଜୁର(୨୧ ବର୍ଷ) ଓ ସେ ଗତ ନଭେମ୍ବର ମାସରେ ସେହି ଗ୍ରାମର ସମୀର ସୋରେନଙ୍କୁ ପ୍ରେମ ବିବାହ କରିଥିଲେ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୃତ ସଙ୍ଗୀତାଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଭଉଣୀଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦିଆଯାଇଛି। ଯେହେତୁ ବିବାହ ମାତ୍ର ୩ ମାସ ତଳେ ହୋଇଥିିଲା ଓ ସଙ୍ଗୀତାଙ୍କର ଅସ୍ୱାଭାବିକ ମୃତ୍ୟୁ ଘଟିଛି ଏବଂ ମୃତ ଦେହ ଘରୁ ନୁହେଁ, ଜଙ୍ଗଲରୁ ଜବତ କରାଯାଇଛି, ଏ ପଛରେ କିଛି ରହସ୍ୟ ଥିବା ଅନୁମାନ କରାଯାଉଛି। ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ। ଅପରପକ୍ଷେ ମୃତ ସଙ୍ଗୀତାଙ୍କ ସ୍ୱାମୀ ସମୀର କହିଛନ୍ତି ଯେ ପାରିବାରିକ କଳହରୁ ସଙ୍ଗୀତା ଆତ୍ମହତ୍ୟା କରିଛନ୍ତି। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ରାଉରକେଲା:ପ୍ରେମ ବିବାହର ୩ ମାସ ପରେ ଯୁବତୀଙ୍କ ମୃତଦେହ ଜଙ୍ଗଲରୁ ଜବତ, ହତ୍ୟା ସନ୍ଦେହ
/sambad/media/post_attachments/wp-content/uploads/2018/01/Murder_Graphic-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)