ପୁରୀ: ଭୁବନେଶ୍ୱରର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଆସିଥିବା ୮ ଜଣ ଛାତ୍ର ଗତକାଲି ପୁରୀ ବୁଲି ଆସି ସମୁଦ୍ରରେ ଗାଧୋଉଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ନିଖୋଜ ହୋଇଯାଇଥିଲେ। ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ନିଖୋଜ ଛାତ୍ରଙ୍କ ମଧ୍ରରୁ ଜଣଙ୍କ ମୃତଦେହ ପୁରୀ ହୋଟେଲ ସମ୍ମୁଖ ସମୁଦ୍ରରୁ ଉଦ୍ଧାର କରାଯାଇଛି।
ଖବର ନେବାରେ ଜଣାପଡ଼ିଛି ଯେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟିରେ କ୍ରିକେଟ ମ୍ୟାଚ ଖେଳିବାକୁ ରାଜ୍ୟର ବିଭିନ୍ନ କଲେଜରୁ ଛାତ୍ରମାନେ ଆସିଛନ୍ତି। ଏହି ଖେଳାଳିମାନଙ୍କ ମଧ୍ୟରୁ ଆଜି ୮ ଜଣ ଛାତ୍ର ପୁରୀ ବୁଲିବାକୁ ଆସିଥିଲେ। ସେମାନେ ଅପରାହ୍ନ ପ୍ରାୟ ସାଢେ ୩ଟାରେ ଚୈତନ୍ୟ ଛକ ସମ୍ମୁଖ ସମୁଦ୍ରରେ ଗାଧୋଉଥିଲେ। ସେମାନଙ୍କ ମଧ୍ୟରୁ ବରଗଡ଼ ବିକାଶ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ଛାତ୍ର ଯଦୁମଣି ବଚ୍ଛା ଓ ବିବିଏର ଶେଷବର୍ଷ ଛାତ୍ର ନିଖିଲ ପାଢ଼ୀ, ରାଉରକେଲା ଇସ୍ପାତ କଲେଜର ଆକାଶ ଖାଖା ଓ କେସିଙ୍ଗା ବିବିଏ କଲେଜର ପ୍ରଥମ ବର୍ଷ ଛାତ୍ର ଋତ୍ଵିକ ଜୈନ ଭାସିଯାଇଥିଲେ। ନିକଟରେ ଥିବା ଅଗ୍ନିଶମ ବିଭାଗର ଲାଇଫ୍ଗାର୍ଡମାନେ ନିଖିଲ ଓ ଋତ୍ଵିକଙ୍କୁ ଉଦ୍ଧାର କରିପାରିଥିଲେ। ତେବେ ରାତିସୁଦ୍ଧା ଆକାଶ ଓ ଯଦୁମଣିଙ୍କ କୌଣସି ସନ୍ଧାନ ମିଳି ପାରି ନଥିଲା। ଆଜି ସକାଳୁ ଆକାଶ ଖାଖାଙ୍କ ମୃତଦେହ ପୁରୀ ହୋଟେଲ ସମ୍ମୁଖ ସମୁଦ୍ରକୂଳରୁ ଉଦ୍ଧାର କରାଯାଇ ବ୍ୟବଛେଦ ପାଇଁ ପଠାଯାଇଛି।
ପୁରୀ: ସମୁଦ୍ରରେ ନିଖୋଜ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର
/sambad/media/post_attachments/wp-content/uploads/2018/01/puri-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)