ଗଜପତି/ ଆର ଉଦୟଗିରି: ଆଜି ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ୍ର ଛେଳିିଗଡ଼ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଗାଁର କୁଅ ଭିତରୁ ଦୁଇ ଯୁବତୀଙ୍କ  ମୃତଦେହ ଜବତ କରାଯାଇଛିି। ଉଭୟଙ୍କୁ ହତ୍ୟା କରାଯାଇ କୂଅ ଭିତରେ ଫିଙ୍ଗି ଦିଆଯାଇଥିବା ମୃତ ଯୁବତୀଦ୍ୱୟଙ୍କ ବାପା ଅଭିଯୋଗ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଛେଳିଗଡ଼ ଗାଁର ବି ପ୍ରମୋଦ ଆଚାରୀଙ୍କର ୫ ଝିଅ। ବଡ଼ ଝିଅ ବିବାହ ପରେ ସ୍ୱାମୀଙ୍କ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଛି।। ଦ୍ୱିତୀୟ ଝିଅ ଅନ୍ୟତ୍ର ବିବାହ କରିଥିବା ବେଳେ ସେହି ଛେଳିଗଡ଼ ଗାଁର ଜଣେ ଯୁବକଙ୍କୁ ଭଲ ପାଇ ତାଙ୍କ ୪ର୍ଥ ଝିଅ ଶ୍ରୀୟା ଆଚାରୀ ବିବାହ କରିଥିଲେ। ନିକଟରେ ୩ୟ ଝିଅ କୀରଣ ଆଚାରୀ (୨୨ ବର୍ଷ)ଙ୍କ ପାଇଁ ଏକ ବିବାହ ପ୍ରସ୍ତାବ ଭୁବନେଶ୍ୱରରୁ ଆସିଥିବା ବେଳେ ଏହି ବିବାହ ପ୍ରସ୍ତାବକୁ ଶ୍ରୀୟାଙ୍କ ସ୍ୱାମୀ ଭାଙ୍ଗି ଦେଇଥିିବା ବି ପ୍ରତପ ଆଚାରୀ ଅଭିଯୋଗ କରିଛନ୍ତି।
/sambad/media/post_attachments/wp-content/uploads/2018/09/BlueStacks_ScreenShot-3-300x196.jpg)
ତେବେ ଗତକାଲି ରାତି ପ୍ରାୟ ୨ଟା ବେଳେ ଶ୍ରୀ ଆଚାରୀ ପୁଲିସକୁ ଫୋନ କରି କହିଥିଲେ ଯେ, ତାଙ୍କ ଦୁଇଝିଅଙ୍କ ମୃତଦେହ କୂଅ ଭିତରେ ପଡ଼ିଛି। ଆଜି ସକାଳେ ପୁଲିିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିି କୂଅ ଭିତରୁ କୀରଣ ଆଚାରୀ(୨୨ ବର୍ଷ) ଓ ସ୍ୱପ୍ନା ଆଚାରୀ( ୧୮ ବର୍ଷ୦ଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ତେବେ ଏହି ଦୁଇ ଯୁବତୀଙ୍କ ମୃତ୍ୟୁ ନେଇ ରହସ୍ୟ ବଢ଼ିବାର ଲାଗିଛି। ଦୁଇଜଣ ଯୁବତୀଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦିଆଯାଇଛି କିମ୍ବା ସେମାନେ ଆତ୍ମହତ୍ୟା କରିଛନ୍ତି ତାହା ନେଇ ଏବେ ବି ସନ୍ଦେହ ଲାଗି ରହିଥିବା ବେଳେ ମୃତ ଯୁବତୀଦ୍ୱୟଙ୍କ ବାପା ଶ୍ରୀ ଆଚାରୀ ଏହା ଏକ ହତ୍ୟାକାଣ୍ଡ ଓ ଏଥିରେ ତାଙ୍କ ସମ୍ପକୀୟମାନେ ସମ୍ପୃକ୍ତ ବୋଳି ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦୁଇଟି ପଞ୍ଚନାମା କରି ବ୍ୟବଛେଦ ପାଇଁ ପଠାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/gajapati.jpg)
