ସୋର: ବିଲରୁ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଜବତ, ଦୁୁଷ୍କର୍ମ ପରେ ହତ୍ୟା ସନ୍ଦେହ

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ମୁଳିସିଂହ ପଞ୍ଚାୟତର ସାଧୁଆପଡ଼ା ଗାଁ ନିକଟସ୍ଥ ବିଲ ମଝିରୁ ଆଜି ଜଣେ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଜବତ କରାଯାଇଛିି। ମହିଳାଙ୍କ ତଣ୍ଟି କଟାଯାଇଥିବା ବେଳେ ତାଙ୍କୁ ଗୋଟିଏ ସ୍ଥାନରେ ହତୃା କରାଯାଇ ଅନ୍ୟତ୍ର ଘୋଷାଡ଼ିି ଘୋଷାଡ଼ି ଆଣିଥିବା ଦେଖିବାକୁ ମିଳିିଛି। କେବଳ ସେତିକି ନୁହେଁ ଏହି ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିିବା ପୁଲିସ ସନ୍ଦେହ କରୁଛି। ଖବରପାଇ ଘଟଣାସ୍ଥଳରେ ସୋର ଥାନା ଇନସପେକ୍ଟର ଦିଲ୍ଲୀପ କୁମାର ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାର ଫୋରେନସକ୍‌ ଯାଞ୍ଚ ପାଇଁ ବାଲେଶ୍ୱରରୁ ସାଇଣ୍ଟିଫିକ୍‌ ଟିମ ଓ ଡଗ୍‌ ସ୍କ୍ଵାଡ ଡ଼କାଯାଇଛିି ବୋଲି ଥାନାଧିକାରୀ ଶ୍ରୀ ସାହୁ କହିଛନ୍ତି।
ସୋର ଥାନା ଇନସପେକ୍ଟର ଶ୍ରୀ ସାହୁଙ୍କ ଠାରୁ ପ୍ରକାଶ ଯେ, ଆଜି ସକାଳେ ଆନୁମାନିକ ୩୦ ବର୍ଷ ବୟସ ହେବ ଜଣେ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ ମୃତଦେହ ସାଧୁଆପଡ଼ା ଗାଁ ନିକଟସ୍ଥ ବିଲମଝିରେ ପଡିଥିବା ଦେଖିବାକୁ ମିଳିଛି। ମୃତ ମହିଳାଙ୍କ ପରିଚୟ ଜଣାପଡ଼ି ନାହିଁ। ତେବେ ପାରିପାର୍ଶ୍ୱିକ ଅବସ୍ଥାରୁ ତାଙ୍କୁ ହତ୍ୟାକରି ଏଠାରେ ଫିଙ୍ଗି ଦିଆଯାଇଛି। ମୃତଦେହର ଅଳ୍ପ ଦୂରରେ ମହିଳାଙ୍କ ଅନ୍ତବସ୍ତ୍ର ପଡ଼ିଥିବାରୁ ହୁଏତ ତାଙ୍କୁ ଦୁଷ୍କର୍ମ କରାଯାଇଥାଇପାରେ ବୋଲି ସନ୍ଦେହ କରାଯାଇଛି। ତେବେ ଅତି ନୃସଂସଭାବେ ମହିଳାଙ୍କୁ ହତ୍ୟା କରିବା ପରେ ତାଙ୍କୁ ମୃତଦେହକୁ ବିଲକୁ ଘୋଷାଡିଘୋଷାଡି ଆଣି ଫିଙ୍ଗି ଦିଆଯୋଇଛି। ତାଙ୍କ ବାମହାତରେ ପ୍ଲାଷ୍ଟର ହୋଇଥିବା ବେଳେ ଘୋଷାଡି ଆଣିବା ଫଳରେ ତାଙ୍କ ହାତ, ଗୋଡ଼ ଓ ଶରୀରର ଅନ୍ୟ ସ୍ଥାନଗୁଡ଼ିକ ଖଣ୍ଡିଆ ହୋଇ ଯାଇଛି ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର