ପାରାଦୀପ: ପାରାଦୀପ ସମୁଦ୍ର କୂଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ବୋଲେରୋ ସିରିଜ ଦୁର୍ଘଟଣା ଘଟାଇଛି। ୧୦ଟି ଉଠା ଦୋକାନୀଙ୍କୁ ଧକ୍କା ଦେବା ପରେ ବୋଲେରୋଟି କାଠପୋଲରେ ପିଟି ହୋଇ ଯାଇଥିଲା ।
ଏହି ଘଟଣାରେ ୨ ଉଠା ଦୋକାନୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ଅଠରବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି।
ଅଧିକ ପଢ଼ନ୍ତୁ: କୁମ୍ଭମେଳା ଦେଖି ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା: ଶେଷ ହୋଇଗଲା ଗୋଟିଏ ପରିବାର
ବୋଲେରୋରେ ଥିବା ୪ ଜଣଙ୍କୁ ସ୍ଥାନୀୟ ଲୋକେ ଧରି ନିସ୍ତୁକ ଛେଚିଛନ୍ତି। ସ୍ଥାନୀୟ ଲୋକେ ୪ ଜଣଙ୍କୁ ଅଟକ ରଖିଥିଲେ। ଖବର ପାଇ ଜଟାଧାର ମୁହାଣ ସାମୁଦ୍ରିକ ଥାନା ପୁଲିସର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ: ରାଜ୍ୟବାସୀଙ୍କ କଲ୍ୟାଣ ଓ ବୃହତ୍ତର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବି: ପ୍ରକାଶ ମିଶ୍ର