ଜଗତସିଂହପୁର: ଜଗତସିଂହପୁର ବିରିଡି ବ୍ଲକ୍‌ ଅଢ଼ଙ୍ଗଗଡ଼ ନାଇଲୋ ସାହିରେ ସୋମବାର ବୋମାମାଡ ହୋଇଛି। ସୂଚନାଯୋଗ୍ୟ, ଅଢ଼ଙ୍ଗଗଡ଼ର ନାଇଲୋ ସାହିର ବାସିନ୍ଦା ସୁଶାନ୍ତ ଦାସ ଓରଫ ବଚୁ ସୋମବାର ଘରପାଖରେ ବସିଥିବା ଥିବା ସମୟରେ ଦୁଇଜଣ ଅଚିହ୍ନା ଯୁବକ ଆସି ବୋମା ମାଡ କରିଥିଲେ। ଏହି ବୋମାମାଡରେ ସୁଶାନ୍ତ ଗୁରୁତର ଆହତ ହୋଇଥିଲେ।

Advertisment

ଏହି ବୋମାମାଡ ସମ୍ପର୍କରେ ପୁଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ସୁଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ପୂର୍ବ ଶ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।