ଗାଁରେ ମହାଭାରତ ନାଟକ ଚାଲିଥିବା ବେଳେ ବାଣ ଫୁଟି ୮ ଜଣ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ କେ. ରାମଚନ୍ଦ୍ରପୁର କଇଥଳା ଗାଁରେ ମହାଭାରତ ନାଟକ ପରିବେଷଣ ବେଳେ ଏକ ବଡ଼ ଅଘଟଣ ଘଟିଥିବା ଜଣାଯାଇଛି।

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ କେ.ରାମଚନ୍ଦ୍ରପୁର ଗ୍ରାମରେ ମହାଭାରତ ନାଟକ ପରିବେଷଣ ବେଳେ ବାଣ ଫୁଟି ୮ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଆସିକା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତରମାନଙ୍କ ମଧ୍ୟରେ ଅଧିକାଂଶ ନାବାଳକ ଥିବା ସୂଚନା ମିଳିଛି । ସେମାନଙ୍କୁ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଗତକାଲି ଗାଁରେ ମହାଭାରତ ନାଟକ ଚାଲିଥିବା ବେଳେ ଏକ ଯୁଦ୍ଧ ଦୃଶ୍ୟ ବେଳେ ବାଣ ଫୁଟା ଯାଇଥିଲା। ତେବେ ଅସାବଧାନତାବଶତଃ ଷ୍ଟେଜ୍‌ ତଳେ ଥିବା ଗଚ୍ଛିତ ବାଣରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଫଳରେ ଷ୍ଟେଜ୍‌ ନିକଟରେ ବସିଥିବା ଛୋଟ ପିଲାମାନେ ଗୁରୁତର ହୋଇଛନ୍ତି। ଆତସବାଜି ଅଗ୍ନି ସଂଯୋଗ ପରେ ହଠାତ୍ ଅଘଟଣ ଘଟିଲା। ଏହା ଫଳରେ ଘଟଣା ସ୍ଥଳରେ ଥିବା ଅନେକ ଲୋକମାନେ ଦୌଡ଼ି ପଳାଇଥିଲା । ହେଲେ ଏହାରି ଭିତରେ ୮ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ୪ ଜଣଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁରର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି ।

ସମ୍ବନ୍ଧିତ ଖବର