କୁକୁଡ଼ା ଫାର୍ମକୁ ନେଇ ବିବାଦ, ଗ୍ରାମରେ ଫୁଟିଲା ବୋମା

ଗନ୍ଦିଆ : ଗନ୍ଦିଆ ଥାନା ଅନ୍ତର୍ଗତ କୋକେଇଦା ଗ୍ରାମରେ ଜଗନ୍ନାଥ ଅଗ୍ରୋଭିଟ ଗ୍ରୁପ କମ୍ପାନି ଏକ କୁକୁଡ଼ା ଫାର୍ମ ନିର୍ମାଣ କରିଛି । କମ୍ପାନି ଦ୍ବାରା ଏହି ଫାର୍ମକୁ ଏକ ରାସ୍ତା ନିର୍ମାଣ କରାଯ଼ାଉଥିବାବେଳେ ଗ୍ରାମବାସୀ ଓ କମ୍ପାନୀ କର୍ମଚାରୀ ମାନଙ୍କ ମଧ୍ୟରେ ବିବାଦ ହୋଇ ଗଣ୍ଡଗୋଳ ରୂପ ନେଇଥିଲା । ଏହି ଘଟଣାରେ ପୃଥକ ଭାବରେ ଦୁଇଟି ଅଭିଯୋଗ ଥାନାରେ ହୋଇଥିଲା । ପୋଲିସ ପକ୍ଷରୁ କେସ ନଂ. ୧୨୯ଓ ୧୩୦ ରେ ଦୁଇଟି କାଉଣ୍ଟର କେସ କରାଯାଇ ଥିଲା ଓ ଉକ୍ତ ଗ୍ରାମର ଅଫିସର ଦେହୁରୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଉକ୍ତ ଫାର୍ମ ଦାୟିତ୍ୱରେ ଥିବା ସୁପରଭାଇଜର ଧୀରେନ୍ଦ୍ର ନାଥ ଶର୍ମା ଓରଫ ଦିପୁ ଆଜି ମଧ୍ୟାହ୍ନ ସମୟରେ ନିଜ ସାଥିରେ ଦୁଇଟି ଗାଡ଼ିରେ ୬ ଜଣ ଗୁଣ୍ଡା ଆଣି ଥିଲା । ଅପରାହ୍ନ ସାଢେ ୩ଟା ସମୟରେ ଉକ୍ତ ଗୁଣ୍ଡା ମାନେ ଗ୍ରାମ ମଧ୍ୟରେ ଥିବା ଗୋପାଳ ସାହି ରାସ୍ତା ମଝିରେ ଗୋଟିଏ ବମ ଫୁଟାଇବା ଶହ ଅତି ଖରାପ ଭାଷାରେ ଗାଳି ଗୁଲଜ କରି ଧମକ ଦେଇଥିଲେ । ଏହାପରେ ଗ୍ରାମର ପୁରୁଷ ଓ ମହିଳା ଗୁଣ୍ଡାମାନଂକୁ ଘେରି ଥିଲେ ଏହି ଗୁଣ୍ଡା ମାନଙ୍କ ମଧ୍ୟରୁ ୩ ଜଣ ଗୋଟିଏ ଗାଡି ଶହ ଖସି ପଳାଇ ଥିବା ବେଳେ ଅନ୍ୟ ୩ଜଣ ଗୁଣ୍ଡା ଙ୍କୁ ଗ୍ରାମବାସୀ ଅଟକ ରଖିବା ସହିତ ସାଥିରେ ଆଣିଥିବା କାର( ODO2K–7755) କୁ ଜବତ କରି ରଖିଛନ୍ତି । ଖବର ପାଇ ଗନ୍ଦିଆ ପୋଲିସ ଘଟଣା ସ୍ଥଳରେ ପହଂଚି ପରିସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା କରୁଛି । ବର୍ତମାନ ଗ୍ରାମବାସୀ ଓ ପୋଲିସ ମଧ୍ୟରେ ଆଲୋଚନା ଜାରି ରହିଛି । ସେଠାରେ ଗନ୍ଦିଆ ଥାନା ଆଇଆଇସି ଉପସ୍ଥିତ ରହି ସମାଧାନ ପାଇଁ ପ୍ରୟାସ ଜାରି ରଖିଛନ୍ତି ।

ସମ୍ବନ୍ଧିତ ଖବର