ଭୁବନେଶ୍ବର : କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ କାର ଉପରକୁ ବୋମା ମାଡ଼ ହୋଇଥିବା ଖବର ହସ୍ତଗତ ହୋଇଛି । ଏକ ବୈଠକ ସାରି ଫେରୁଥିବାବେଳେ ତାଙ୍କ କାର ଉପରକୁ ବୋମାମାଡ଼ ହୋଇଥିବା ଜଣାଯାଇଛି ।
ମିଳିଥିବା ସୂଚନା ଅନୁସାରେ ଶ୍ରୀ ମାଝି ଏକ ବୈଠକ ଶେଷ କରି ଫେରୁଥିବାବେଳେ ମଣ୍ଡୁଆଠାରେ ତାଙ୍କ କାର ଉପରକୁ କିଛି ଦୁର୍ବୃତ୍ତ ବୋମା ମାଡ଼ କରି ଫେରାର ହଇଯାଇଥିଲେ । ୨ଟି ବାଇକରେ ଦୁର୍ବୃତ୍ତ ଆସି ୨ଟି ବୋମା ପକାଇଥିଲେ । ଏହି ବୋମା ମାଡ଼ରେ ବିଧାୟକଙ୍କ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ତେବେ ବିଧାୟକ ଶ୍ରୀ ମାଝି ସୁରକ୍ଷିତ ଥିବା ଜଣାଯାଇଛି । ଏ ନେଇ ଟାଉନ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।