ପୁଲିସ ଉପରକୁ ବୋମା ମାଡ଼ କଲେ ଦୁବୃର୍ତ୍ତ, ଘଟଣାସ୍ଥଳରେ ପହଞ୍ଚିଲେ ଏସପି

ବ୍ରହ୍ମପୁର: ପୁଲିସର ଚଢ଼ାଉବେଳେ ବୋମା ମାଡ଼ କଲେ ଦୁବୃର୍ତ୍ତ | ବ୍ରହ୍ମପୁରରେ ଆଜି ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରରେ ଏହି ଘଟଣା ଘଟିଛି | ଆଜି ଏକ ଘରେ କିଛି ଦୁବୃର୍ତ୍ତ ଲୁଚି ଥିବା ଖବର ପାଇ ପୁଲିସ ଚଢାଉବେଳେ ପୁଲିସ ଉପରକୁ ଘର ଉପରୁ ଅପରାଧୀମାନେ ବୋମାମାଡ କରିଥିଲେ |

ଗତକାଲି ଲକ୍ଷ୍ମୀ ନୃସିଂହ ସାହି ୧୨ନମ୍ବର ଲାଇନରେ ଜଣେ ଲୋକଙ୍କ ଘର ଉପରକୁ ବୋମାମାଡ ହୋଇଥିଲା | ସେହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଖୋଜୁଥିଲା | ସେହି ଅଭିଯୁକ୍ତମାନେ ଶ୍ରୀକ୍ଷେତ୍ର ବିହାରର ଏକ ଘରେ ଥିବା ସୂଚନା ପାଇ ପୁଲିସ ଚଢାଉ କରିଥିଲା | ଆଉ ଅପରାଧୀମାନେ ବୋମାମାଡ କରିଥିଲେ | ବର୍ତ୍ତମାନ ବ୍ରହ୍ମପୁର ଏସପି ଘଟଣାସ୍ଥଳରେ ପହଂଚିଛନ୍ତି |

ସମ୍ବନ୍ଧିତ ଖବର