ରାଉରକେଲାକୁ ସଂଯୋଗ କରୁଥିବା ବାଉଁଶ ପୋଲ ପୁଣି ଭାସିଗଲା

ରାଉରକେଲା: ପ୍ରବଳ ବର୍ଷା ଯୋଗୁଁ ଶନିବାର ରାତିରେ ସ୍ମାର୍ଟ ସିଟି ରାଉରକେଲାକୁ ସଂଯୋଗ କରୁଥିବା ବାଉଁଶ ପୋଲ ପୁଣି ଥରେ ଭାସି ଯାଇଛି। ଜୀବନକୁ ବାଜି ଲଗାଇ ଲୋକମାନେ ଏହି ବାଉଁଶ ପୋଲ ଉପରେ ଯିବା ଆସିବା କରିଥାନ୍ତି। ରାତିରେ ପ୍ରବଳ ବର୍ଷା ଯୋଗୁଁ ବାଉଁଶ ପୋଲ ପୁଣି ଭାସି ଯାଇଛି।

ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବରୁ ମଧ୍ୟ ପୋଲଟି ଭାସି ଯାଇଥିଲା। ଦିନରେ ଏହି ବାଉଁଶ ପୋଲ ଦେଇ ହଜାର ହଜାର ଲୋକ ଯିବା ଆସିବା କରଥାନ୍ତି। ରାଉରକେଲା ତଥା କୁଆରମୁଣ୍ଡା ବ୍ଲକର ବିଭିନ୍ନ ଗାଁରୁ ଛାତ୍ର, ଛାତ୍ରୀ, ରୋଗୀ, ପରିବା ବିକାଳୀ, ଶ୍ରମିକ ଓ ସରକାରୀ ବାବୁମାନେ ବର୍ଷାଦିନରେ ଡଙ୍ଗା ଉପରେ ଯାତାୟତ କରିଥାନ୍ତ। ଜଳସ୍ତର କମିଲେ ବାଉଁଶ ପୋଲ ଦେଇ ଯିବା ଆସିବା କରିବା ପାଇଁ ବାଧ୍ୟ ହୁଅନ୍ତି। ସରକାର ଏକ ପୋଲ କିମ୍ବା ବ୍ୟାରେଜ ପାଇଁ ଭୂମି ପୂଜନ କରାଇସାରିଛନ୍ତି। ହେଲେ ଏହା କେବେ ନିର୍ମାଣ ହେବ କାହା ପାଖରେ ଉତ୍ତର ନାହିଁ।

ସମ୍ବନ୍ଧିତ ଖବର