ସହୀଦ୍ ରତିକାନ୍ତ-କୂଳଦୀପ ସ୍ମୃତି କମିଟି ପକ୍ଷରୁ ବାଳସେବାଶ୍ରମ ଅନ୍ତେବାସୀଙ୍କୁ ରେଫ୍ରିଜେରଟର୍, ଖାତା ଓ ବହି ବଣ୍ଟନ

ବାରିପଦା: ୧୯୯୩ ମସିହାରେ ବାରିପଦା ପୌରପରିଷଦରେ ପୁଲିସ ଗୁଳିରେ ସହୀଦ ହୋଇଥିଲେ ଦୁଇ କଲେଜ ଛାତ୍ର ରତିକାନ୍ତ ମହାନ୍ତି ଓ କୁଲଦୀପ ସାହା । ଉକ୍ତ ଗୁଳି କାଣ୍ଡର ୨୭ ବର୍ଷ ପୂର୍ତ୍ତି ଅବସରରେ ସହୀଦ ରତିକାନ୍ତ କୁଲଦୀପ ସ୍ମୃତି କମିଟି ପକ୍ଷରୁ ଓ.ଆର.ଡି. ବାଳ ସେବାଶ୍ରମର ଛୋଟ ଛୋଟ ଅନ୍ତେବାସୀଙ୍କୁ ରେଫ୍ରିଜେରେଟର ଏବଂ ଖାତା ଓ ବହି ପ୍ରଦାନ କରାଯାଇଛି ।

ଚଳିତ ବର୍ଷ କରୋନା ପ୍ରକୋପ କାରଣରୁ ୨୬ ବର୍ଷ ଧରି ଆୟୋଜିତ ହେଉଥିବା ସୀମିତ ଓଭର୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍‌ ବନ୍ଦ ରହିଛି। ଏହି ଅବସରରେ ଆଜି ରାଜ୍ୟ ବିଜେଡି ସାଂଗଠନିକ ସମ୍ପାଦକ ତଥା ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ସହୀଦ ରତିକାନ୍ତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରିଥିଲେ। ଏନେଇ ବିଜୁ ଭବନରେ ଆୟୋଜିତ ଉତ୍ସବରେ ବରେଣ୍ୟ ଅତିଥିମାନେ ସହୀଦ ରତିକାନ୍ତ କୁଲଦୀପଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ରାଜସ୍ୱ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ସୁଦାମ ମାର୍ଣ୍ଡି, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ରାଜ୍ୟସଭା ସାଂସଦ ମମତା ମହାନ୍ତ, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ପୂର୍ବତନ ଉପ-ବାଚସ୍ପତି ସାନନ୍ଦ ମାର୍ଣ୍ଡି, ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାଶିଷ ମାର୍ଣ୍ଡି, ମୟୂରଭଞ୍ଜ ସହ ପର୍ଯ୍ୟବେକ୍ଷକ ପ୍ରକାଶ ମହାନ୍ତି, ସୁବ୍ରତ ଛାଟୋଇ, ସାମ୍ବାଦିକ ଅମିତ ମଲ୍ଲିକ, ରାଜ୍ୟ ଯୁବ ବିଜେଡି ମହାସଚିବ ଏଲିନା ଦାସ, ବିଜେଡି ମୟୂରଭଞ୍ଜ ସାଙ୍ଗଠନିକ ଜିଲ୍ଲା-୨ ସଭାପତି କାଶିନାଥ ହେମ୍ବ୍ରମ, ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଜିଲ୍ଲା ଯୁବ ବିଜେଡି ସଭାପତି ଅରୁଣ ବରାଡ, ଛାତ୍ର ବିଜେଡ଼ି ଜୋନାଲ ସଭାପତି ଅବଦୁଲ ହବିବ୍‌, ଛାତ୍ର ବିଜେଡି ଜିଲ୍ଲା ସଭାପତି ସୁନୀଲ ନାୟକ, ପ୍ରଭାତ ନାଏକ, ସରୋଜ ବୋଷ, ସରୋଜ ମହାକୁଡ ପ୍ରମୁଖ ଯୋଗ ଦେଇ ଓ.ଆର.ଡି. ନିର୍ଦ୍ଦେଶକ ସାଇ ପ୍ରକାଶ ମହାନ୍ତିଙ୍କୁ ରେଫ୍ରିଜେଟର ଏବଂ ଅନ୍ତେବାସୀଙ୍କୁ ଖାତା ଓ ବହି ଆଦି ପାଠ୍ୟ ଉପକରଣ ପ୍ରଦାନ କରିଥିଲେ । ଯୁବନେତା ସୁବ୍ରମଣ୍ୟମ ମହାନ୍ତି, ଦେବାଶିଷ ମହାନ୍ତି, ଜିତେନ୍ଦ୍ର ମହାନ୍ତି ଓ ସ୍ୱରୂପ କୁମାର ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ସମ୍ବନ୍ଧିତ ଖବର