ବରିଷ୍ଠ ସାରସ୍ୱତ ସାଧକ ହରନାରାୟଣ ମିଶ୍ରଙ୍କ ଲେଖନୀର ପଦଯାତ୍ରା (ନବମ) ଉନ୍ମୋଚିତ

ବାରିପଦା: ମୟୂରଭଞ୍ଜର ବରିଷ୍ଠ ସାରସ୍ୱତ ସାଧକ ହରନାରାୟଣ ମିଶ୍ରଙ୍କ ଲେଖନୀର ପଦଯାତ୍ରା (ନବମ) ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଅୟୋଜିତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ସଭାପତି ସରୋଜ କୁମାର ନାୟକ, ବାରିପଦା ଗୋପବନ୍ଧୁ ସାହିତ୍ୟ ସଂସଦ ସମ୍ପାଦକ ଅମିତାଭ ମିଶ୍ର, ମୟୂରଭଞ୍ଜ ସାଇନ୍ସ ଫୋରମର ସଦସ୍ୟ ମନୋଜ କୁମାର ପରିଡ଼ା ଏବଂ ଶିକ୍ଷକ ଅମୂଲ୍ୟ କୁମ୍ଭକାର ପ୍ରମୁଖ ଯୋଗ ଦେଇ କିଶୋର ସାହିତ୍ୟ ଭିତ୍ତିକ ଉକ୍ତ ପୁସ୍ତକ ଲେଖନୀର ପଦଯାତ୍ରା ପୁସ୍ତକକୁ ଲୋକାର୍ପିତ କରାଇବା ସହ ଲେଖକଙ୍କ ପରିଣତ ବୟସରେ ଏହି ଭଳି ପ୍ରୟାସକୁ ଭୂୟିଅସୀ ପ୍ରଶଂସା କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀ ମିଶ୍ରଙ୍କ ଦ୍ୱାରା ରଚିତ ୧୯ଟି ପୁସ୍ତକ ପ୍ରକାଶିତ ହୋଇ ପାଠକ ପାଠିକା ମହଲରେ ସ୍ୱିକୃତି ଲାଭ କରିଛି। ଆଜିର ଉନ୍ମୋଚିତ ପୁସ୍ତକଟି ନିଶ୍ଚିତ ଭାବେ ସାମ୍ପ୍ରତିକ ଲେଖକମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ହେବ ବୋଲି ବକ୍ତାମାନେ ମତପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର