ବାରିପଦା: ଯୁବ କବି ତଥା ଶିକ୍ଷକ ଅମିତାଭ ମିଶ୍ରଙ୍କ ରଚିତ ‘‘ହେ ସ୍ରଷ୍ଟା ! ତୁମକୁ ପ୍ରଣାମ’’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ମୟୂରଭଞ୍ଜ ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶିତ ଉକ୍ତ ପୁସ୍ତକକୁ ଏକାଡେମୀର ସଭାପତି ଡ. ସରୋଜ କୁମାର ନାୟକଙ୍କ ବାସଭବନରେ ବାରିପଦା ମହାବିଦ୍ୟାଳୟ ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ ଡ ନିରୂପମା ନାୟକଙ୍କ କରକମଳରେ ଗତକାଲି ଉନ୍ମୋଚିତ ହୋଇଯାଇଛି। ହେ ସ୍ରଷ୍ଟା ! ତୁମକୁ ପ୍ରଣାମ ପୁସ୍ତକଟି ଓଡ଼ିଆ ସାହିତ୍ୟ ଜଗତରେ କେତେକ ପ୍ରତିଷ୍ଠିତ କବି ଓ ଲେଖକଙ୍କର ସଂକ୍ଷିପ୍ତ ପରିଚୟ ବହନ କରିଥିବା ଏକ କ୍ଷୁଦ୍ର ପୁସ୍ତକ । ପୂର୍ବରୁ କବି ଶ୍ରୀ ମିଶ୍ରଙ୍କ ଦ୍ୱାରା ରଚିତ ପୁସ୍ତକ ସ୍ମୃତି ମଞ୍ଜୁଳା, ସୃଷ୍ଟି ସମଗ୍ର, ରୂପାନ୍ତର, ମଣି ମାଣିକ୍ୟ, ଶିଶୁ : ମୋ ଦେଶର ଶିଶୁ, କବିତା କବରୀ, ମହମହ ମାଟିର ମହକ, ପ୍ରେମ, କବିତା କଳାପ, ଟିକି ଟିକି ତାରା ଫୁଲ, କବିତା କହ୍ଲାର, କବିତା କଳ୍ପଲତା, କବିତା କସ୍ତୁରୀ, କବିତା କୋରକ, କବିତା କୈରବ ଆଦି ପାଠକୀୟ ମହଲରେ ସ୍ୱୀକୃତି ଲାଭ ସହ ବିଶେଷ ଭାବେ ଆଦୃତ ହୋଇପାରିଛି। କବି ଶ୍ରୀ ମିଶ୍ର ବାରିପଦା ଗୋପବନ୍ଧୁ ସାହିତ୍ୟ ସଂସଦର ସମ୍ପାଦକ ସହ ମୟୂରଭଞ୍ଜ ଜିଲ୍ଲାର ସର୍ବପୁରାତନ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp